ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୋଦୀ ଏବେ ବି ସବୁଠୁ ଅଧିକ ଲୋକପ୍ରିୟ

0
  • ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଥିବା ରାଜ୍ଯରୁ ଆସିଲା ସର୍ଭେ ରିପୋର୍ଟ
  • ପଞ୍ଜାବରେ ଅରବିନ୍ଦ କେଜ୍ରିଓ୍ବାଲ ମୋଦୀଙ୍କ ଠୁ ବି ଅଧିକ ଲୋକପ୍ରିୟ
  • ରାହୁଲଙ୍କୁ ଚାହୁଁନାହାନ୍ତି ଲୋକେ, ପଞ୍ଜାବରେ ବି ତାଙ୍କର ପତିଆରା ନାହିଁ

ନୂଆଦିଲ୍ଲୀ: ଏବେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କମିନାହିଁ। ଏବିସି-ସି ଭୋଟର୍ ସର୍ଭେ କହୁଛି ଯେ ନିର୍ବାଚନ ହେବାକୁ ଯାଉଥିବା ଚାରିିଟି ରାଜ୍ଯରେ ମୋଦୀଙ୍କ ଲୋକପ୍ରିୟତା ଅନ୍ଯମାନଙ୍କ ଠାରୁ ଢେର୍ ବେଶୀ। ୪୩.୧ ପ୍ରତିଶତ ଲୋକ ଚାହୁଁଛନ୍ତି, ମୋଦୀ ହେଉଛନ୍ତି ଯୋଗ୍ଯତମ ନେତା, ଯାହାଙ୍କ ନେତୃତ୍ବରେ ଦେଶ ଚାଲିବା ଉଚିତ୍। ୯.୧ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଚାହୁଁଥିବା ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୫.୨ ପ୍ରତିଶତ ଲୋକ ଏହି ଚୌକିରେ ଚାହାନ୍ତି।

ଆସନ୍ତାବର୍ଷ ପ୍ରଥମାର୍ଧରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଞ୍ଜାବ ରାଜ୍ଯରେ ନିର୍ବାଚନ ହେବ। ଏସବୁ ରାଜ୍ଯରେ ନିର୍ବାଚନ ଫଳ କଣ ହେବ, ତାକୁ ନେଇ ସବୁ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଲାଣି। ନିର୍ବାଚନ ପାଇଁ ସ୍ଥାନୀଯ ଅଞ୍ଚଳର ଲୋକମାନଙ୍କ ମଧ୍ଯରେ ବି ଅନେକ ଉତ୍ସାହ। ହେଲେ କେଉଁ ଦଳର କି ପ୍ରଭାବ ରହିଛି, ଭୋଟରଙ୍କ ମୁଡ୍ ଜାଣିବା ପାଇଁ ଏବିିସି-ସି ଭୋଟର ସଂସ୍ଥା ଗୋଟିଏ ସର୍ଭେ କରିଥିଲେ। ୬୯୦ ବିଧାନସଭାର ଆସନର ୯୮ ହଜାର ୧୨୧ ଜଣ ଭୋଟର ଏଥିରେ ମତ ରଖିଥିଲେ। ଏହି ସର୍ଭେ ରିପୋର୍ଟ କହୁଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମାତ୍ର ୩.୫ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ଚାହାନ୍ତି। ସେହିଭଳି ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଅଜିତ ଯୋଗୀ ମଧ୍ଯ ମୋଦୀଙ୍କ ସମକକ୍ଷ ନୁହଁନ୍ତି ବୋଲି କହି ପ୍ରତ୍ଯାଖ୍ଯାନ କରିଛନ୍ତି। ସର୍ଭେ କହୁଛିି, ମାତ୍ର ୩.୨ ପ୍ରତିଶତ ଲୋକ ମୋଦୀଙ୍କୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀଙ୍କର ପତିଆରା କିନ୍ତୁ ପଞ୍ଜାବରେ ସେଭଳି ନାହିଁ। ଅନ୍ଯ ରାଜ୍ଯମାନେ ମୋଦୀଙ୍କ ସପକ୍ଷରେ ଅଧିକ ମତ ଦେଉଛନ୍ତି। ପଞ୍ଜାବରେ ୧୩.୮ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ଗୋଆରେ ୪୬.୧ ପ୍ରତିଶତ, ମଣିପୁରରେ ୪୫.୧ ପ୍ରତିଶତ, ଉତ୍ତରପ୍ରଦେଶରେ ୪୩.୧ ପ୍ରତିଶତ ଓ ଉତ୍ତରାଖଣ୍ଡରେ ୪୭.୩ ପ୍ରତିଶଥ ଲୋକ ପ୍ରଧାନମନ୍ତ୍ରୀ ଚୌକିରେ ମୋଦୀ ବସନ୍ତୁ ବୋଲି ମତ ରଖିଛନ୍ତି। ଏହାସୂଚାଇ ଦେଇଛି ଯେ ଚାଷୀ ପ୍ରସଙ୍ଗଟି ପଞ୍ଜାବରେ ଏକ ବଡ ଧରଣର ପ୍ରଭାବ ରଖିଛି। ଏମିତି ଯେ ସେଠାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗୋଟିଏ ବଡ ଜନମତ ରହିଛିଯାଇଛି। ସେହିଭଳି ଅନ୍ଯ ତିନିଟି ରାଜ୍ଯ ଅପେକ୍ଷା ଉତ୍ତରପ୍ରଦେଶରେ ମୋଦୀଙ୍କ ସମର୍ଥକଙ୍କ ସଂଖ୍ଯା ଅଳ୍ପ ଟିକେ କମ୍ ବୋଲି ଏହି ସର୍ଭେ କହୁଛି।

ତେବେ ରାହୁଲ ଗାନ୍ଧୀ ଏ ମଧ୍ଯରୁ କୌଣସି ଗୋଟିଏ ରାଜ୍ଯରେ ବି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାର ପାଖାପାଖି ନାହାନ୍ତି। ଏହି ରିପୋର୍ଟ କହୁଛି ଯେ ଗୋଆରେ ୧୬.୫ ପ୍ରତିଶତ ଲୋକ ଚାହାନ୍ତି ଯେ ରାହୁଲ ଭାରତର ନେତୃତ୍ବ ନିଅନ୍ତୁ। ମଣିପୁରରେ ୧୮.୩ ପ୍ରତିଶତ, ପଞ୍ଜାବରେ ୨.୧ ପ୍ରତିଶତ, ଉତ୍ତରପ୍ରଦେଶରେ ୫.୮ ପ୍ରତିଶତ ଓ ଉତ୍ତରାଖଣ୍ଡରେ ୧୩.୬ ପ୍ରତିଶତ ଲୋକ ରାହୁଲଙ୍କ ନେତୃତ୍ବକୁ ପସନ୍ଦ କରିଛନ୍ତି। ଏହି ଚିତ୍ର ବର୍ଣ୍ଣନା କରୁଛି ଯେ ପଞ୍ଜାବରେ ଅମରିନ୍ଦର ସରକାର ପତନରେ ଲୋକେ ଖୁସି ନାହାନ୍ତି। ସମ୍ଭବତଃ ସେଠାରେ ଯେଭଳି ଢଙ୍ଗରେ ନବଜ୍ଯୋତ ସିଂହ ସିଦ୍ଧୁଙ୍କୁ ପିସିସି ଦାଯିତ୍ବ ଦିଆଗଲା ଓ କ୍ଯାପଟେନ ବାଧ୍ଯ ହୋଇ ଇସ୍ତଫା ଦେଲେ, ତାହା ଲୋକଙ୍କ ଦ୍ବାରା ଗ୍ରହଣୀୟ ହୋଇନାହିଁ। ଅନ୍ଯଥା କଂଗ୍ରେସ ଶାସନାଧୀନ ଏହି ରାଜ୍ଯରେ ମାତ୍ର ୨ ପ୍ରତିଶତ ଲୋକ ରାହୁଲଙ୍କ ସପକ୍ଷରେ ମତ ଦେବା ଯେ କୌଣସି ବ୍ଯକ୍ତିଙ୍କୁ ଆଶ୍ଚର୍ଯ୍ଯ କରିବ। ଏଠାରେ କଂଗ୍ରେସ ଯେ ଆସନ୍ତା ଦିନରେ ଭଲ କରୁନି, ଏହି ସର୍ଭେ ରିପୋର୍ଟ ଏକଥାର ସଙ୍କେତ ଦେଉଛି।

ସବୁଠାରୁ ବଡ କଥା ହେଲା, ଗୋଆ, ଉତ୍ତରାଖଣ୍ଡ ଓ ପଞ୍ଜାବରେ କେଜ୍ରିୱାଲଙ୍କ ପତିଆରା ରାହୁଲଙ୍କ ଠାରୁ ଯଥେଷ୍ଟ ବେଶୀ। ସେଠାକାର ଭୋଟର କେଜ୍ରିୱାଲଙ୍କୁ ରାହୁଲଙ୍କ ଠାରୁ ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ଅଧିକ ଯୋଗ୍ଯ ବୋଲି ମନେ କରୁଛନ୍ତି। ପଞ୍ଜାବରେ ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପେକ୍ଷା କେଜ୍ରିୱାଲଙ୍କ ଲୋକପ୍ରିୟତା ଅଧିକ। ଏହି ସର୍ଭେ କହୁଛି ଯେ ଗୋଆରେ ୧୮.୭ ପ୍ରତିଶତ, ପଞ୍ଜାବରେ ୨୬.୫ ପ୍ରତିଶତ ଓ ଉତ୍ତରାଖଣ୍ଡରେ ୧୩.୬ ପ୍ରତିଶତ ଲୋକ ଚାହିଁଛନ୍ତି ଯେ କ୍ରେଜିୱାଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ।

Leave A Reply

Your email address will not be published.