ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଦୁଇ ଦିନ ପରେ ଅନ୍ଧାର ହୋଇଯିବ କି ରାଜଧାନୀ?

0

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ ସଂକଟ ଉପୁଜିପାରେ। କୁହାଯାଉଛି ଯେ, ଯଦି କୋଇଲା ଯୋଗାଣ ନହୁଏ, ତେବେ ଦୁଇ ଦିନ ପରେ ପୂରା ଦିଲ୍ଲୀ ବ୍ଲାକ ଆଉଟ ହୋଇପାରେ। ଦିଲ୍ଲୀର ଶକ୍ତି ମନ୍ତ୍ରୀ ରାଜେନ୍ଦ୍ର ଜୈନଙ୍କ କହିବା ଅନୁସାରେ ଯେଭଳି ମହାମାରୀ ସମୟରେ ଅମ୍ଲଜାନ ଅଭାବ ହୋଇଥିଲା , ଏବେ କୋଇଲା ଯୋଗାଣ କ୍ଷେତ୍ରରେ ଅନୁରୂପ ସମସ୍ୟା ସୃଷ୍ଟି ହେଲାଣି। କୋଇଲା ସଙ୍କଟ ଗମ୍ଭୀର ରୂପ ଧାରଣ କରିବାକୁ ଯାଉଛି।

ମନ୍ତ୍ରୀ ରାଜେନ୍ଦ୍ର ଜୈନ କହିଛନ୍ତି ଯେ, କୋଇଲାରେ ଚାଲୁଥିବା ଦେଶର ସମସ୍ତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଗତ କିଛି ଦିନ ହେବ କୋଇଲା ଅଭାବ ଦେଖାଦେଇଛି। ଦିଲ୍ଲୀକୁ ଯେଉଁ ପାୱାର ପ୍ଲାଣ୍ଟରୁ ବିଦ୍ୟୁତ ଯୋଗାଇ ଦିଆଯାଉଛି, ସମସ୍ତଙ୍କୁ ସର୍ବନିମ୍ନ କୋଇଲା ମହଜୁଦ ରଖିବାକୁ ପଡିବ। ଏବେ କେବଳ ଗୋଟିଏ ଦିନ ପାଇଁ କୋଇଲା ଗଚ୍ଛିତ ଅଛି।

ଶକ୍ତି ମନ୍ତ୍ରୀ ରାଜେନ୍ଦ୍ର ଜୈନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଯେ, ରେଳ ୱାଗନର ବ୍ୟବସ୍ଥା କରାଯିବା ଉଚିତ ଏବଂ ଯେତେଶୀଘ୍ର ହୋଇପାରିବ କାରଖାନାକୁ କୋଇଲା ପରିବହନ କରାଯିବା ଜରୁରୀ। ସମସ୍ତ କାରଖାନା ୩.୪ ଲକ୍ଷ ମେଗାୱାଟ ପରିବର୍ତ୍ତେ କେବଳ ୫୫ ପ୍ରତିଶତ କ୍ଷମତାରେ ଚାଲୁଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର କ୍ଷମତା ମଧ୍ୟ ୪୫ ହଜାର ମେଗାୱାଟରୁ ୩୦ ହଜାର ମେଗାୱାଟକୁ ଖସିଆସିଛି। ୪୫ ହଜାର ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେବା ଆବଶ୍ୟକ।

ସେହିପରି ଦିଲ୍ଲୀରେ କୋଇଲା ଅଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। କୋଇଲା ଅଭାବ ଯୋଗୁଁ ଆଗାମୀ
ଦିନରେ ଏନସିଟିକୁ ପାୱାର ଯୋଗାଉଥିବା ବିଦ୍ୟୁତ ଉତ୍ପାଦନ କାରଖାନାକୁ ପ୍ରଭାବିତ କରିବ ବୋଲି କେଜରିୱାଲ ଚିଠି କରିଛନ୍ତି। ଦେଶରେ ଅନେକ ସମୟରେ ବିଦ୍ୟୁତ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବା ବେଳେ ଦିଲ୍ଲୀ ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କ ପାଇଁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇଦିଆଯାଉଛି। ଦେଶର ୧୩୫ ଥର୍ମାଲ ପ୍ଲାଣ୍ଟରେ କୋଇଲାରୁ ବିଦ୍ୟୁତ ଉତ୍ପାଦନ ହୋଇଥାଏ। ମୋଟ ଚାହିଦାର ୭୦ ପ୍ରତିଶତ ବିଜୁଳି ଏଥିରୁ ମିଳିଥାଏ। ଏବେ ସବୁ ପ୍ଲାଣ୍ଟମାନଙ୍କରେ ୩ ଦିନରୁ କମ ସମୟର କୋଇଲା ମହଜୁଦ ଅଛି।

Leave A Reply

Your email address will not be published.