ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାମ ଓ ରାବଣ ହେବେ ବୋଲି ଏତେ ଟଙ୍କା ନେବେ?

0

ମୁମ୍ବାଇ: ବଲିଉଡ ଷ୍ଟାର ରିତିକ ରୋଶନ ଓ ରଣବୀର କପୁର ନିଜ ଅଭିନୟ କ୍ୟାରିୟରର ସବୁଠୁ ଦମଦାର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ରାମ ଓ ରାବଣ ଭୂମିକାରେ ନଜର ଆସିବେ ରିତିକ ଓ ରଣବୀର। ଫିଲ୍ମ ନିର୍ଦ୍ଦେଶକ ନିତେଶ ତିୱାରୀ ନିର୍ମାଣ କରିବାକୁ ଯାଉଥିବା ‘ରାମାୟଣ’ ଫିଲ୍ମରେ ଉଭୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମର ବଜେଟ ୭୫୦ କୋଟି ଥିବା ବେଳେ ରିତିକ ଓ ରଣବୀରଙ୍କ ଫି’କୁ ନେଇ ଏବେ ଫିଲ୍ମ ଜଗତରେ ଚର୍ଚ୍ଚା ଜୋର ଧରିଛି।

ପୂର୍ବରୁ ଅନେକ ଫିଲ୍ମ ନିର୍ମାତା ବିଭିନ୍ନ ସମୟରେ ‘ରାମାୟଣ’କୁ ନିଜ ନିଜ ଢଙ୍ଗରେ ନିର୍ମାଣ କରିଛନ୍ତିଛ। କିନ୍ତୁ ରାମାନନ୍ଦ ସାଗରଙ୍କ ପରି ରାମାୟଣ କେହି ବି ନିର୍ମାଣ କରିପାରିନାହାନ୍ତି। ରାମାନନ୍ଦ ସାଗରଙ୍କ ରାମାୟଣ ଏତେ ଲୋକପ୍ରିୟ ହୋଇଥିଲା ଯେ ଲକଡାଉନ ସମୟରେ ଲୋକେ ଘରେ ଥିବା ବେଳେ ଲୋକଙ୍କ ମନୋରଂଜନ ପାଇଁ ଡିଡି ନ୍ୟାସନାଲରେ ପୁର୍ନବାର ଏହାର ପ୍ରସାରଣ କରାଯାଇଥିଲା। ଏତେ ବର୍ଷ ପରେ ବି ଲୋକେ ଏହାକୁ ପୁଣି ଥରେ ସମାନ ଉତ୍ସାହର ସହିତ ଉପଭୋଗ କରିଥିଲେ।

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ପ୍ରଡକ୍ସନ ସହିତ ଜଡିତ ଜଣେ ବ୍ୟକ୍ତିଙ୍କ ସୂଚନା ଅନୁସାରେ, ରାମ ଓ ରାବଣ ଭୂମିକାରେ ଅଭିନୟ କରିବାକୁ ଥିବା ରିତିକ ଓ ରଣବୀର ଏଥିପାଇଁ ୭୫ କୋଟି ଲେଖାଁଏ ନେବେ। ଏବେ ନିତେଶ ତିୱାରୀ ରାମାୟଣରେ ସୀତା ଚରିତ୍ରରେ ଅଭିନୟ କରିବା ପାଇଁ ଅଭିନେତ୍ରୀ ଖୋଜୁଛନ୍ତି।
ପ୍ରଥମେ କରିନା କପୁର ଖାନଙ୍କୁ ଏହି ଅଭିନୟ ପାଇଁ କୁହାଯାଇଥିଲା ମାତ୍ର ପରେ ସେ ଏହି ରୋଲ ପାଇଁ ସେ ଠିକ ନୁହଁନ୍ତି ବୋଲି କୁହାଯାଇଛି।

ସେହିପରି ସୈଫ ଅଲ୍ଲୀ ଖାନ ନିର୍ଦ୍ଦେଶକ ଓମରାଉତଙ୍କ ଫିଲ୍ମ ‘ଆଦି ପୁରୁଷ’ରେ ଲଙ୍କେଶ ଭୂମିକାରେ ନଜର ଆସିବେ। ଏଥିରେ ପ୍ରଭାସ ରାମ ଚରିତ୍ରରେ ଅଭିନୟ କରୁଛନ୍ତି।ନିକଟରେ ଫିଲ୍ମର ସୁଟିଂ ଶେଷ ହୋଇଛି।

Leave A Reply

Your email address will not be published.