ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ପାର୍ବଣରେ ହୋଇପାରେ ଆତଙ୍କୀ ଆକ୍ରମଣ

0

ଦେଶର ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ । ପାର୍ବଣରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ଗୁଇନ୍ଦା ସୂଚନା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ଅଧିକ ଭିଡ ହେଉଥିବା ବଜାର ମାନଙ୍କରେ ପୁଲିସ ମୁତୟନ କରାଯାଇଛି । ମୁଖ୍ୟତଃ ହୋଟେଲ ଓ ଗେଷ୍ଟ ହାଉସ ଉପରେ ନଜର ରଖାଯାଇଛି ।

ପାର୍ବଣ ସମୟରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ପାଟ୍ରୋଲିଂ ଜୋରଦାର କରାଯାଇଛି । ନବରାତ୍ର ଆରମ୍ଭ ହୋଇଯାଇଥିବା ବେଳେ ସ୍ଥାନୀୟ ବଜାର ଓ ମନ୍ଦିରରେ ପୂର୍ବ ଅପେକ୍ଷା କମ ଭିଡ଼ ଦେଖିବାକୁ ମିଳିଛି । ହେଲେ ଦିଲ୍ଲୀରେ ଚାଲିଥିବା ଉତ୍ସବକୁ ନଜରରେ ରଖି କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ଉତ୍ତର-ପଶ୍ଚିମ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ କହିବା ଅନୁସାରେ,ଲୋକଙ୍କ ଭିଡ଼ ଯୋଗୁଁ ସବୁବେଳେ କିଛି ଅଘଟଣ ଘଟିବାର ସମ୍ଭାବନା ଥାଏ । ତେଣୁ ପୁଲିସ ମାନେ ସାଧାରଣ ପୋଷାକରେ ଭିଡ ଅଞ୍ଚଳ ସବୁବେଳେ ପାଟ୍ରୋଲିଂ କରିବା ପରେ ଲୋକମାନେ ନିଜକୁ ସୁରକ୍ଷିତ ଓ ନିରାପଦ ଅନୁଭବ କରନ୍ତି । ସେପ୍ଟେମ୍ବର ୧୪ରେ ଦିଲ୍ଲୀ ପୁଲିସର ଏକ ସ୍ପେଶାଲ ସେଲ ଆତଙ୍କୀ ଆକ୍ରମଣ ଯୋଜନା କରୁଥିବା ୭ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଏବେ ସେମାନେ ପୁଲିସ ହେପାଜତରେ ଅଛନ୍ତି ।

Leave A Reply

Your email address will not be published.