ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଜିଅନ୍ତା ପୋତା ହେବାର ଡର, ଏଣୁ କବରରେ ବି…

0

ଆପଣ କେବେ କବରରେ ଝରକା ଥିବା ଦେଖିଛନ୍ତି କି? କିନ୍ତୁ ଇଂଲଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଆପଣ ଭାବୁଥିବେ କିଏ ଏଭଳି କାହିଁକି ବା କରିବ। ହେଲେ ଯେତେବେଳେ ଅଷ୍ଟଦଶ ଶତାଦ୍ଦୀର ଶେଷ ଭାଗରେ ଡାକ୍ତର ଟିମୋଥି କ୍ଲାର୍କ ସ୍ମିଥଙ୍କ ମୃତ୍ୟୁ ହୋଇଥିଲା,ତାଙ୍କର କବରରରେ ଏକ ଝରକା ବନାଯାଇଥିଲା। ଏପରି ଏଥିପାଇଁ ହୋଇଥିଲା କାରଣ ସେ ଏକ ରୋଗରେ ପୀଡିତ ଥିଲେ। ଏବଂ ସେ ଭାବିଥିଲେ ତାଙ୍କୁ ଦିନେ ଜିଅନ୍ତା ପୋତାଯିବ।

ଇଂଲଣ୍ଡରେ କ୍ଲାର୍କ ସ୍ମିଥ ଟେପେଫୋବିଆ ନାମକ ଏକ ରୋଗରେ ପୀଡିତ ଥିଲେ। ଏହି ରୋଗ କାରଣରୁ ତାଙ୍କୁ ଜିଅନ୍ତା ପୋତାଦିଆଯିବା ନେଇ ଡର ଥିଲା।ଏବେ ତାଙ୍କ କବର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ସେଠାକୁ ଯାଉଥିବା ପର୍ଯ୍ୟଟକ କବରକୁ ଦେଖିବା ସହ ସେଠାରେ କିଛି ଖୁଚୁରା ପଇସା ପକାଇକି ଆସିଥାନ୍ତି।

ନ୍ୟୁ ହେଭେନରେ ଥିବା ଏଭରଗ୍ରିନ ଶ୍ମଶାନ ଆସୋସିଏସନର ସଭାପତି ରୋଜର ବୋଇସ କହିଛନ୍ତି ଯେ, ସ୍ମିଥଙ୍କୁ ତଳେ ପୋତାହେବାର ଦେଖିବାର ବହୁ ବର୍ଷ ବିତିଗଲାଣି। ମୋତେ ଜଣାଅଛି ଯେ ତାଙ୍କୁ ଏଠାରେ ପୋତା ଯାଇଛି ଏବଂ ସେଠାରେ ଏକ ଗ୍ଲାସ ପ୍ଲେଟ ଅଛି। ବୋଇସ କହିଛନ୍ତି, ଛୋଟ ପାହାଡ଼ ଭିତରେ ନିର୍ମିତ କବରରେ ଏକ ପାହାଚ ମଧ୍ୟ ଅଛି। ସେ କହିଛନ୍ତି ଯେ, ଡାକ୍ତରଙ୍କ ଶରୀର ସହିତ କିଛି ଅସ୍ତ୍ରକୁ ମଧ୍ୟ ପୋତିଦିଆଯାଇଛି। ଏବଂ ଏହା ପଛରେ ଥିବା ତର୍କ ହେଉଛି ଯେ, ଯଦି ସେ ତଳେ ଉଠିପଡିଲେ ବାହାରକୁ ଆସିବାକୁ ଏହା ତାଙ୍କୁ ସହଯୋଗ ଦେବ।

ତାଙ୍କ କବର ଉପରେ ଥିବା ଗ୍ଲାସ ୱିଣ୍ଡୋରୁ କେବେଳ କିଛି ଇଞ୍ଚ ତଳକୁ ଦେଖାଯାଇଥାଏ। ବହୁତ ପର୍ଯ୍ୟଟକ ନ୍ୟୁ ଇଂଲଣ୍ଡର ଏହି ଅଭୁତ କବରକୁ ଦେଖିବାକୁ ବେଶ ଉତ୍ସାହିତ ଥାନ୍ତି।

Leave A Reply

Your email address will not be published.