ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ମୋଦୀଙ୍କ ମନ୍ କି ବାତ୍

0

କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ଦେଶରେ ଟିକାକରଣ ଜୋରଦାର ଚାଲିଛି ଦେଶରେ ଏବେ ଯାଏଁ ୧୦୦ କୋଟିରୁ ଅଧିକ ଡୋଜ ଟିକାକରଣ କରାଯାଇଛି । ଏହି ଲକ୍ଷ୍ୟ ହାସଲ କରି ଭାରତ ଇତିହାସ ରଚିଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଟିକାକରଣ ଅଭିଯାନ ଉପରେ ଆଲୋଚନା କରିବା ସହ ଦେଶବାସୀଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି ।

ଶହେ କୋଟି ଟିକାକରଣ ଭାରତ ପାଇଁ ବଡ଼ ସଫଳତା । ନୂଆ ଉତ୍ସାହର ସହ ଦେଶ ଆଗକୁ ବଢିବ । କରୋନା କାଳରେ ଦେଶ ବହୁ ଚ୍ୟାଲଞ୍ଜକୁ ସାମନା କରୁଛି । କରୋନା ଯୋଦ୍ଧା ବହୁ ପରିଶ୍ରମ କରୁଛନ୍ତି । ଟିକା ଯୋଗାଇବା ପାଇଁ ଡ୍ରୋନ ବ୍ୟବହାର କ୍ଷେତ୍ରରେ ଭାରତ ବହୁ ଆଗରେ ରହିଛିନ୍ତି । ବିଶ୍ୱଶାନ୍ତି ପାଇଁ ଭାରତ ସବୁବେଳେ କାମ କରିଆସିଛି । ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଭାରତ ୧୦୦ କୋଟି ଡୋଜ ଟିକାକରର କରିବାରେ ସଫଳ ହୋଇଛି ବୋଲି ମୋଦୀ ମନ୍ କି ବାତରେ କହିଛନ୍ତି ।

ସେହିପରି ମୋଦୀ ସ୍ୱଚ୍ଚତା ଉପରେ ମଧ୍ୟ କହିଥିଲେ । ମୋଦୀ କହିଥିଲେ, ସ୍ୱଚ୍ଚତା ପ୍ରୟାସ ସଂପୂର୍ଣ୍ଣ ସଫଳ ହେବ ସେହି ଦିନ ଯେଉଁ ଦିନ ପ୍ରତ୍ୟେକ ନାଗରିକ ସ୍ୱଚ୍ଛତାକୁ ନିଜ ଦାୟିତ୍ୱ ଭାବିବେ । ଏବେ ଦୀପାବଳି ପାଇଁ ନିଜ ଘରକୁ ସଫା ତ କରିବା । କିନ୍ତୁ ଆମ ସହିତ ଆମ ପଡୋଶୀ ମଧ୍ୟ ଯେଭଳି ଘରଦ୍ୱାରକୁ ସଫା ରଖିବେ ସେ ନେଇ ଦୃଷ୍ଟିଦେବା । ଆସନ୍ତା ରବିବାର ଅକ୍ଟୋବର ୩୧ରେ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ । ତେଣୁ ମନ କି ବାତ ଶ୍ରୋତାଙ୍କ ତରଫରୁ ମୋ ତରଫରୁ ଲୌହ ମାନବଙ୍କ ପ୍ରଣାମ କରୁଛି ବୋଲି କହିଥିଲେ ମୋଦୀ । ସର୍ଦ୍ଦାର ପଟେଲ କହୁଥିଲେ ଯେ, ଆମେ ଆମର ମିଳିତ ଉଦ୍ୟୋଗ ସହିତ ଦେଶକୁ ନୂତନ ମହାନତାକୁ ନେଇପାରିବା । ଯଦି ଆମର ଏକତା ନାହିଁ , ତେବେ ଆମେ ନିଜକୁ ନୂଆ ବିପଦର ଫାନ୍ଦରେ ପକାଇଦେବା ।

ସେହିପରି ମୋଦି କହିଥିଲେ, ଆସନ୍ତା ବର୍ଷ ଭାରତ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରିବ । ତାଙ୍କ ଜୀବନରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି । ଯେମିତିକି ନିଜ ସଂସ୍କୃତିକୁ ନେଇ ଗର୍ବ କରିବା । ପରିବେଶର ଯତ୍ନ ଓ ଅନ୍ୟାୟ ସହିତ ସଂଗ୍ରାମ । ପ୍ରକୃତି ଓ ପରିବେଶକୁ ଯଦି ଭଲପାଇବାକୁ ଶିଖିବାକୁ ପଡିବ, ତାହେଲେ ଭଗବାନ ବିର୍ସା ମୁଣ୍ଡା ଆମ ପାଇଁ ବହୁତ ବଡ଼ ପ୍ରେରଣା ବୋଲି କହିଥିଲେ ମୋଦୀ । ଏହା ହେଉଛି ମନ କି ବାତ୍‌ର ୮୨ ତମ ସଂସ୍କରଣ । ମୋଦୀ ପ୍ରତ୍ୟେକ ମାସ ଶେଷ ରବିବାରରେ ମନ କି ବାତ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି ।

Leave A Reply

Your email address will not be published.