ପ୍ରମୁଖ ଖବର

ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଅବସର ଦିନ ମିଳିବ ପୂର୍ଣ୍ଣାଙ୍ଗ ପେନସନ
ବଦଳିବେ ବରଗଡ଼ ଧନୁଯାତ୍ରା କଂସ
ଦିଲ୍ଲୀ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରୁ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କେନ୍ଦୁଝରର ଫାଷ୍ଟଟ୍ରାକ କୋର୍ଟ
ଦକ୍ଷିଣ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ଘନୀଭୂତ ହୋଇ ତାମିଲନାଡୁ ଉପକୂଳ ଆଡ଼କୁ ଅଗ୍ରସର ହେବା ସମ୍ଭାବନା
ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଏକ ସାର କାରଖାନାରେ ଭୟଙ୍କର ବିସ୍ଫୋରଣ: ୩ ମୃତ ୯ ଆହତ
ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ,ବବି ଦାସଙ୍କ ଭାଇ ନାଁରେ ଏତଲା

ନ୍ୟୁଜିଲାଣ୍ଡ ବନାମ ଭାରତ: କିଏ ମାରିବ ବାଜି?

0

ଆଜି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ନ୍ୟୁଜିଲାଣ୍ଡ ।ଏହି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚରେ ସେମିଫାଇନାଲ ରେସରେ ରାସ୍ତା ସୁରକ୍ଷିତ ରଖିବାକୁ ଉଭୟ ଦଳକୁ ଜୋରଦାର ସଂଘର୍ଷ କରିବାକୁ ପଡିବ । ଯେଉଁ ଦଳ ଆଜି ମ୍ୟାଚରେ ପରାଜିତ ହେବ ତାକୁ ସେମିଫାଇନାଲ ଯିବାକୁ କଷ୍ଟକର ହେବ ।ତେଣୁ ଆଜିର ମ୍ୟାଚ ଉଭଙ୍କ ପାଇଁ କର ବା ମର ସ୍ଥିତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ କି ପ୍ରକାର ରଣନୀତି ଆପଣାଇବା ତାହା ଦେଖିବାକୁ ରହିଲା ।

ବିଶ୍ୱକପ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ଲଜ୍ୟାଜନକ ପରାସ୍ତ ପରେ ନ୍ୟୁଜିଲାଣ୍ଡକୁ ମାତ ଦେବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଗତ ମ୍ୟାଚରେ ଓପନର ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଯାଇଥିଲେ । କେ.ଏଲ ରାହୁଲ କେବେଳ ୩ ରନ କରିଥିଲେ । ବିରାଟ କୋହଲି ୫୭ ରନର ଅଧିନାୟକ ଇନିଂସ ଖେଳିଥିଲେ । ସେହିପରି ପନ୍ଥ ୩୯ ରନ କରିଥିଲେ । ଭାରତୀୟ ଦଳ ୭ ୱିକେଟ ହରାଇ ୧୫୧ ରନ ସଂଗ୍ରହ କରିଥିଲା । ଦଳର ବୋଲର ମାନେ ମଧ୍ୟ ଗତ ମ୍ୟାଚରେ ଗୋଟିଏ ୱିକେଟ ବି ପାଇପାରିନଥିଲେ ।

ସେହିପରି ନ୍ୟୁଜିଲାଣ୍ଡ ଦଳ ମଧ୍ୟ ପୂର୍ବ ମ୍ୟାଚରେ ପାକିସ୍ତାନ ଦଳଠୁ ପରାସ୍ତ ହୋଇଛି । ୨୦ ଓଭରରେ ୮ ୱିକେଟ ହରାଇ ଟିମ ମାତ୍ର ୧୩୪ ରନ ସଂଗ୍ରହ କରିଥିଲା । ଦଳର କୌଣସି ବ୍ୟାଟସ ମ୍ୟାନ ୩୦ ରନ ଛୁଇଁପାରନଥିଲେ । ସେହିପରି ବୋଲିଂ କଥା କହିବା ତ, ସ୍ପିନର ଇଶ ସୋଡ଼ି ଦୁଇଟି ୱିକେଟ ନେଇଥିବା ବେଳେ ଟିମ ସାଉଥୀ ,ଟ୍ରେ ବୋଲ୍ଟ,ଏବଂ ମିଚେଲ ସା ନର , ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ ।

ତେବେ ଆଜି ମ୍ୟାଚରେ କାହାର ପଲ୍ଲା ଭାରି ରହିବ । ପୂର୍ବ ରେକର୍ଡ ଉପରେ ଯଦି ନଜର ପକାଇବା, ନ୍ୟୁଜିଲାଣ୍ଡ ପଲ୍ଲା ଭାରି ରହିଛି । ୨୦୦୩ ବିଶ୍ୱକପ ପରେ ଭାରତୀୟ ଦଳ ଆଇସିସି ଟୁର୍ଣ୍ଣାମେ ରେ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିପାରିନାହିଁ । ୨୦୦୭ରେ ଭାରତକୁ ଟି ୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟର ସାମନା କରିବାକୁ ପଡିଥିଲା । ଏହା ପରେ ୨୦୧୬ ମସିହା ଟି ୨୦ ବିଶ୍ୱକପରେ ମଧ୍ୟ ଭାରତୀୟ ଦଳ ପରାଜିତ ହୋଇଥିଲା । ୨୦୧୯ରେ ଓଡିଆଇ ବିଶ୍ୱକପରେ ଦୁଇ ଦଳ ମଧ୍ୟରେ ଏକ ମ୍ୟାଚ ଅସଂପୂର୍ଣ୍ଣ ଥିବା ବେଳେ ୨୦୧୯ ଓଡିଆଇ ବିଶ୍ୱକପର ଫାଇନାଲରେ ଭାରତ ୧୮ ରନରେ ପରାସ୍ତ ହୋଇଥିଲା । ସେହି ବର୍ଷ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ ପରାସ୍ତ କରିଥିଲା ।

ଭାରତୀୟ ଦଳ ପାଖରେ ରୋହିତ ଶର୍ମା,ବିରାଟ କୋହଲି, କେ.ଏଲ ରାହୁଲଙ୍କ ଭଳି ବ୍ୟାଟସ ମ୍ୟାନ ଅଛନ୍ତି । ଏହା ବ୍ୟତୀତ ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ ପରି ଅଭିଜ୍ଞ ବୋଲର ଅଛନ୍ତି, ଯେଉଁମାନେ ମ୍ୟାଚର ଗତି ବଦଳାଇପାରିବ । ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳରେ କେନ ୱିଲିୟମସନ, ମାର୍ଟିନ ଗୁପଟିଲଙ୍କ ପରି ବ୍ୟାଟସ ମ୍ୟାନ ଅଛନ୍ତିା ସେହିପରି ବୋଲିଂ କଥା କହିଲେ, ଟ୍ରେ ବୋଲ୍ଟ,ଟିମ ସାଉଦୀଙ୍କ ବ୍ୟତୀତ, ସ୍ୱିନର ଇଶ ସୋଡିଙ୍କ ବୋଲିଂ ଭାରତୀୟ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।

Leave A Reply

Your email address will not be published.