ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ର ପରେ ରାଜ୍ୟଗୁଡିକ କମାଇଲେ ଭାଟ୍‌

0

ନୂଆଦିଲ୍ଲୀ: ଦେଶରେ ଶସ୍ତା ହେଲା ତୈଳ ଦର। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ ଶୁଳ୍କ ହ୍ରାସ କରିବା ପରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ଆଜିଠୁ ଦେଶରେ ନୂଆ ଦର ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟଗୁଡିକ ମଧ୍ୟ ଭାଟ୍‌ କମାଇଛନ୍ତି । ଉତ୍ତର ପ୍ରଦେଶ, ଗୋଆ ସହିତ ବିହାର, ଗୁଜୁରାଟ, ଆସାମ, ତ୍ରିପୁରା,ମଣିପୁର ଓ କର୍ଣ୍ଣାଟକ ଭାଟ କମାଇଛନ୍ତି । ଆଜି ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଭାଟ କମାଇବା ନେଇ ନିଷ୍ପତ୍ତି ନେଇପାରନ୍ତି।

ଉତ୍ତରପ୍ରଦେଶରେ କିଛି ଦିନ ପରେ ବିଧାନସଭା ନିର୍ବାଚନ ଅଛି। ନିର୍ବାଚନୀ ରାଜ୍ୟ ୟୁପି ଓ ଗୋଆରେ ସର୍ବାଧିକ ରିହାତି ଏବଂ ବିହାର ସର୍ବନିମ୍ନ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ଲିଟର ପିଛା ୧୨ ଟଙ୍କା ହ୍ରାସ କରିବାକୁ ୟୁପି ସରକାର ଘୋଷଣା କରିଛନ୍ତି। ଗୋଆ ସରକାର ମଧ୍ୟ ଭାଟ କମାଇବା ନେଇ ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡ, ସିକିମ ସହିତ ଅନେକ ରାଜ୍ୟ ତୈଳ ଦର ହ୍ରାସ କରିବା ପାଇଁ ଭାଟ କମାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଗୋଲେ ଟୁଇଟ କରି ପେଟ୍ରୋଲ ଓ ଡିଜେଲ ଉପରେ ୭ଟଙ୍କା ଭାଟ କମାଇବା ନେଇ ଘୋଷଣା କରିଛନ୍ତି।

ସେହିପରି ବିହାର ସରକାର ସବୁଠୁ କମ ଭାଟ୍ ହ୍ରାସ କରିଛନ୍ତି। ବିହାର ସରକାର ପେଟ୍ରୋଲ ଉପରେ ଟଙ୍କାଏ ୩୦ ପଇସା ଓ ଡିଜେଲ ଉପରେ ଟଙ୍କାଏ ୯୦ ପଇସା ଭାଟ ହ୍ରାସ କରିଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ୭ ଟଙ୍କା ଭାଟ କମାଇବା ନେଇ ଘୋଷଣା କରିଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବା ନେଇ ନିଷ୍ପତ୍ତି
ପରେ ତ୍ରିପୁରା ସରକାର ମଧ୍ୟ ମୂଲ୍ୟ ହ୍ରାସ କରିବା ନେଇ ଚିନ୍ତା କରିଛନ୍ତି।

କର୍ଣ୍ଣାଟକ ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ନେଇ ନିଷ୍ପତ୍ତି ନେଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତୈଳ ଦର ଉପରେ ଭାଟ ହ୍ରାସ ନେଇ ଘୋଷଣା କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ୭ଟଙ୍କା କମାଇବା ନେଇ ନିଷ୍ପତ୍ତି ନେଇଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ମଧ୍ୟ ଟୁଇଟ କରି ପେଟ୍ରୋଲ ଓ ଡିଜେଲ ଉପରେ ୭ ଟଙ୍କା ଭାଟ ହ୍ରାସ ନେଇ ଜଣାଇଛନ୍ତି । ଏନ. ବିରେନ ସିଂ ଟୁଇଟ କରି କହିଛନ୍ତି ଯେ, ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହେବ। ପେଟ୍ରୋଲ ଓ ଡିଜେଲ ଉପରେ ୭ ଟଙ୍କା ଭାଟ ହ୍ରାସ ନେଇ ଗୁଜୁରାଟ ସରକାର ମଧ୍ୟ ଘୋଷଣା କରିଛନ୍ତି।

ପେଟ୍ରୋଲ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି ହ୍ରାସ କରିବା ନେଇ କେନ୍ଦ୍ର ସରକାର ଗତକାଲି ସନ୍ଧ୍ୟାରେ ଘୋଷଣା କରିବା ପରେ ଆଜିଠୁ ନୂଆ ଦର ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ରାଜ୍ୟ ଗୁଡିକ ମଧ୍ୟ ଭାଟ୍ କମ କରିବା ପାଇଁ ପରାମର୍ଶ ଦେଇଥିଲେ। ତେଲ ଦର କମିବା ପରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

Leave A Reply

Your email address will not be published.