ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଏଥର ବି ବାଲିଯାତ୍ରା ବନ୍ଦ

0

ଚଳିତ ବର୍ଷ ବି ହେବନି କଟକର ଏ୍ୟୖତିହାସିକ ବାଲିଯାତ୍ରା । କୋଭିଡକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ ସଂକ୍ରମଣ କମିଥିଲେ ମଧ୍ୟ ଅଧିକ ଜନସମାଗମ ଦୃଷ୍ଟିରୁ ଯାତ୍ରା କରିବା ସମ୍ଭବ ନୁହେଁ । କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି ଏନେଇ ସୂଚନା ଦେଇଛନ୍ତି ।

ରାଜ୍ୟରେ ସଂକ୍ରମଣ କମିଛି । ହେଲେ ଏଯାଏ ବି ବିପଦ ଟଳିନି । ବାଲିଯାତ୍ରାରେ ଲକ୍ଷାଧିକ ଲୋକ ଏକାଠି ହୋଇଥାନ୍ତି । ରାଜ୍ୟ ବାହାରୁ ମଧ୍ୟ ବ୍ୟବସାୟୀ ମାନେ ଆସି ବାଲିଯାତ୍ରାରେ ଭଲ ବ୍ୟବସାୟ କରିବାକୁ ମାସେ ଆଗରୁ ପଡିରହିଥାନ୍ତି । ସବୁକୁ ଦୃଷ୍ଟିକୁ ନଜରରେ ରଖି ଏଥର ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କାରଣ ଅଧିକ ଭିଡ ହେଲେ ପୁଣି ସଂକ୍ରମଣ ବଢିବାର ଭୟ ରହିଛି ।

ଗତବର୍ଷ ମଧ୍ୟ ବାଲିଯାତ୍ରା ବନ୍ଦ ରହିଥିଲା । ଖାଲି ଖାଲି ରହିଥିଲା ବାଲିଯାତ୍ରା ପଡିଆ । ପ୍ରତିବର୍ଷ କାତ୍ତିର୍କ ମାସ ଶେଷକୁ ପ୍ରସିଦ୍ଧ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ବହୁ ଲୋକ ଓ ବ୍ୟବସାୟୀଙ୍କ ବାଲିଯାତ୍ରା ତଳ ଓ ଉପର ପଡିଆରେ ସମାଗମ ହୋଇଥାଏ । ମେଳାରେ ହଜାର ହଜାର ସଂଖ୍ୟାର ଷ୍ଟଲ ପଡିଥାଏ ।

ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ବିଦେଶରେ କିନ୍ତୁ ପୁଣି ଲକଡାଉନ ଭଳି ସ୍ଥିତି ଉପୁଜିଲାଣି । ସେହିପରି ଶୀତଦିନ ମଧ୍ୟରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି । ମହମାରୀ କରୋନାକୁ ଦୃଷ୍ଟିରେ ରଖି ଏଭଳି ବଡ଼ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.