ପ୍ରମୁଖ ଖବର

୫୦ ଦିନ ପରେ ମୁକୁଳିଲେ ଅରବିନ୍ଦ କେଜ୍ରିୱାଲ, ସୁପ୍ରିମକୋର୍ଟ ଆଜି ଅପରାହ୍ନରେ କେଜ୍ରିୱାଲଙ୍କୁ ଜୁନ ୧ ଯାଏ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ
ଏହି ନିର୍ଦ୍ଦେଶ ପରେ କେଜ୍ରିୱାଲ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରି ଜେଲରୁ ଖଲାସ ହୋଇଛନ୍ତି
ଆଜି ପବିତ୍ର ଅକ୍ଷୟ ତୃତୀୟା,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ଏହି ଅବସରରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଖେଳିବେ ଚାପ
ସମ୍ବଲପୁର ଶୀତଳଷଷ୍ଠୀ; ଆଜି ଥାଳ ଉଠା ସହ କରାଯିବ କନ୍ୟା ମାତା ପିତା ଚୟନ
ଆଜିଠୁ ଖୋଲିବ କେଦାରନାଥ ଧାମ, ୪୦ କ୍ୱିଣ୍ଟାଲ ଫୁଲରେ ସଜା ହୋଇଛି ମନ୍ଦିର
ନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

ଫିଲ୍ମରେ ଲାଗିଛି ପ୍ରତାପଙ୍କ ଟଙ୍କା

0

କୁବେର ସରକାରୀ ବାବୁ ଚାକିରି କରି କୋଟି କୋଟି ଟଙ୍କା ରଖିବା ସହ ଫିଲ୍ମ କରିବାର ବି ସ୍ୱପ୍ନ ଦେଖୁଥିଲେ । କୋଟିପତି ପ୍ରତାପ ସାମଲଙ୍କର ଏବେ ସାମନାକୁ ଆସିଛି ଓଲିଉଡ ଲିଙ୍କ । ଅସତ ଉପାୟରେ ଟଙ୍କା ଅର୍ଜନ କରିବା ସହ ଫିଲ୍ମରେ ଟଙ୍କା ଲଗାଉଥିଲେ ପତାପ ।

ଭିଜିଲାନ୍ସ ପକ୍ଷରୁ ଆଜି ଏନେଇ ସୂଚନା ମିଳିଛି । କୋଟିପତି ସରକାରୀ ବାବୁଙ୍କର ଟଙ୍କା ଦୁଇଟି ଓଲିଉଡ ଫିଲ୍ମରେ ଲାଗିଥିବା ଅଭିଯୋଗ ହୋଇଛି । ଫିଲ୍ମ ‘ବାଜି’ ଓ ‘ନାରୀ ଆଖିରେ ନିଆଁ’ରେ ପ୍ରତାପଙ୍କ ଟଙ୍କା ଲାଗିଥିବା ଜଣାପଡିଛି । ଏହି ଦୁଇଟି ଫିଲ୍ମରେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ ସହ ପ୍ରଯୋଜିକା ଅଛନ୍ତି । ଏପରିକି ଆଗକୁ ଆହୁରି ସିନେମା ନିର୍ମାଣ କରିବା ନେଇ ମଧ୍ୟ ସେ ଯୋଜନା କରୁଥିଲେ । ଫିଲ୍ମ ନିର୍ମାଣ ପାଇଁ ଚୁକ୍ତି ମଧ୍ୟ ହୋଇଥିଲା । ହେଲେ ତା ପୂର୍ବରୁ ଭିଜିଲାନ୍ସ ଆଗରେ ଖୋଲିଯାଇଥିଲା ସମ୍ପତ୍ତି ର ଗୁମର।

ଓଡିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଏବେ ଜେଲରେ । ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି ସେ ବି ଜେଲରେ ଅଛନ୍ତି । ଜାମିନ ନାମଞ୍ଜୁର ହେବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ଏଯାଏ ଭିଜିଲାନ୍ସ ଜବତ କରିଥିବା ପ୍ରତାପଙ୍କ ସମ୍ପତ୍ତି ମୂଲ୍ୟ ୧୪ କୋଟି ୮୭ ଲକ୍ଷ । ଯାହା ପ୍ରତାପଙ୍କ ଆୟର ଦଶ ଗୁଣା ଅଧିକ । ସେଥିରେ ପ୍ରତାପ ଓ ତାଙ୍କ ପରିବାର ନାଁରେ ବ୍ୟାଙ୍କରେ ରହିଛି ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା । ପ୍ରାୟ ସାଢେ ୩ କୋଟି ଟଙ୍କାର ୨୫ଟି ପ୍ଲଟ,ଭୁବନେଶ୍ୱର,ଭଦ୍ରକରେ ଏକାଧିକ ଆଲିଶାନ କୋଠା ।

ପ୍ରତାପଙ୍କ ଘରେ ଚଢାଉ ପରେ ଘର ମଧ୍ୟ ନଗଦ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏତେ ଟଙ୍କାର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ମଧ୍ୟ ତାଜୁବ ହୋଇଯାଇଥିଲେ । ସେ କେଉଁ ଉପାୟରେ ଏତେ ଟଙ୍କା ଅର୍ଜନ କଲେ ଏବେ ତାହା ସବୁଠୁ ବଡ଼ ପ୍ରଶ୍ନ । ତେବେ ଓଡିଶା ଭିଜିଲାନ୍ସ ଇତିହାସରେ ଏହା ସବୁଠୁ ବଡ଼ ଆୟ ବର୍ହିଭୂତ ସମ୍ପତ୍ତି ଧରପଗଡ ବୋଲି କୁହାଯାଉଛି ।

Leave A Reply

Your email address will not be published.