ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଆଜି ସୁପ୍ରିମକୋର୍ଟରେ ଦିଲ୍ଲୀ ସଂପର୍କରେ ହେବ ଶୁଣାଣି

0

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଆଜି ହେବାକୁ ଥିବା ଶୁଣାଣିରେ ସୁପ୍ରିମକୋର୍ଟ ପ୍ରଦୂଷଣର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ଅନେକ ପରାମର୍ଶ ଦେଇପାରନ୍ତି। ସେହିପରି ରାଜଧାନୀରେ ତାଲାବନ୍ଦ କରିବାକୁ ଆମ ଆଦମୀ ପାର୍ଟି ସରକାର ସୁପ୍ରିମକୋର୍ଟରେ ଏକ ପ୍ରସ୍ତାବ ଦେବେ। ପ୍ରଦୂଷଣ ସ୍ତରକୁ ହ୍ରାସ କରିବାକୁ ଦୁଇ ଦିନିଆ ଲକଡାଉନ କରିବାକୁ ସରକାର କହିପାରନ୍ତି।

ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ସୁପ୍ରମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ। କହିଥିଲେ ଯଦି ସମ୍ଭବ, ତାହେଲେ ଦିଲ୍ଲୀରେ ଦୁଇ ଦିନିଆ ଲକଡାଉନ ଲାଗୁ କରିଦିଅ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାର ଶନିବାର ଏକ ଜରୁରୀ ବୈଠକ ଡାକିଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଥିଲେ ଯେ, ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ତାଲା ପକାଇବାକୁ ପରାମର୍ଶ ଦେଇଛନ୍ତି। ଆମେ କୋର୍ଟଙ୍କ ଆଦେଶ ସମ୍ପର୍କରେ ଏକ ପ୍ରସ୍ତାବ ପ୍ରସ୍ତୁତ କରୁଛୁ।ଏହି ପ୍ରସ୍ତାବକୁ ସୁପ୍ରିମକୋର୍ଟଙ୍କ ସାମନାରେ ରଖାଯିବ।

ଦିଲ୍ଲୀରେ ପ୍ରଦୂଷଣ କରିବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସପ୍ତାହେ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ କରାଯାଇଛି। ନିର୍ମାଣ କାମ ଉପରେ ମଧ୍ୟ
ରୋକ ଲଗାଯାଇଛି। ସେହିପରି ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ସରକାର କାର୍ଯ୍ୟାଳୟ ଗୁଡିକ ଯଥାସମ୍ଭବ ଘରୁ କାମ କରିବାକୁ କୁହାଯାଇଛି। ପାର୍କିଂ ଚାର୍ଜ ମଧ୍ୟ ବୃଦ୍ଧି କରାଯାଇଛି।

ହରିୟାଣାରେ ଗୁରୁଗ୍ରାମ,ଫରିଦାବାଦ,ସୋନିପାଟ,ଝାଜ୍ୱରରେ ମଧ୍ୟ ସ୍କୁଲ ଗୁଡିକ ଆସନ୍ତା ୧୭ ପର୍ଯ୍ୟନ୍ତ ବନ୍ଦ ରହିବ। ରାଜଧାନୀ ଅଞ୍ଚଳର ୪ ଜିଲ୍ଲାରେ ହରିୟାଣା
ସରକାର ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରିଛନ୍ତି।

Leave A Reply

Your email address will not be published.