ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଛାତ୍ରଙ୍କଠୁ ଆଗରେ ରହିଲେ ଛାତ୍ରୀ

0

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ । ପାସ ହାର ରହିଛି ୬୮.୬୬ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ୧୨ ହଜାର ୩୨୧ ଜଣ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇଥିବା ବେଳେ ପାସ ହୋଇଛନ୍ତି ୮ ହଜାର ୪୬୦ ଜଣ । ଛାତ୍ରଙ୍କ ପାସହାର ରହିଛି ୬୨.୭ ପ୍ରତିଶତ । ଏବଂ ଛାତ୍ରୀଙ୍କ ପାସହାର ରହିଛି ୬୭.୭୬ ପ୍ରତିଶତ । ୮ ହଜାର ୪୬୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ବିଜ୍ଞାନରେ ୧ ହଜାର ୫୦୧ ଜଣ କୃତକାର୍ଯ୍ୟ ହୋଇଛନ୍ତି ।ସେହିପରି କଳାରେ ୬ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଏବଂ ବାଣିଜ୍ୟରେ ୪୨୨ ଜଣ ପାସ କରିଛନ୍ତି । ଧନ୍ଦାମୂଳକରେ ୨୨୭ ଜଣ ପରୀକ୍ଷାର୍ଥୀ ଉର୍ତ୍ତିନ୍ନ ହୋଇଛନ୍ତି

ବିଜ୍ଞାନରେ ୧ ହଜାର ୫୦୧ ଜଣ ପାସ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୧୩୬ଜଣ, ଦ୍ୱିତୀୟ ଶ୍ରେଣୀରେ ୨୪୨ ଜଣ, ତୃତୀୟ ଶ୍ରେଣୀରେ ୧୧୧୦ ଜଣ ପାସ କରିଛନ୍ତି । ସେହିପରି କଳାରେ ୯୬୩ ଜଣ ପ୍ରଥମ ଶ୍ରେଣୀରେ , ଦ୍ୱିତୀୟ ଶ୍ରେଣୀରେ ୬୧୨ ଜଣ,ତୃତୀୟ ଶ୍ରେଣୀରେ ୪ ହଜାର ୭୩୫ ଜଣ ଉ ର୍ୀଣ୍ଣ ହୋଇଛି । ବାଣିଜ୍ୟରେ ୪୨୨ ଜଣ ପାସ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୨ ପ୍ରଥମ ଶ୍ରେଣୀରେ,୫୦ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ତୃତୀୟ ଶ୍ରେଣୀରେ ୨୬୮ ଜଣ ପାସ କରିଛନ୍ତି ।

ମହାମାରୀ କରୋନା ପାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରାଯାଇଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । କିନ୍ତୁ କିଛି ଛାତ୍ରଛାତ୍ରୀ ସେମାନଙ୍କ ଫଳକୁ ନେଇ ଅସନ୍ତୁଷ୍ଟ ଥିଲେ । ଏହା ପରେ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଅଫଲାଇନ ପରୀକ୍ଷା କରାଯାଇଥିଲା । ଅକ୍ଟୋବର ୧ରୁ ଅକ୍ଟୋବର ୧୧ ଯାଏଁ ଅଫଲାଇନ ପରୀକ୍ଷା ହୋଇଥିଲା । ଯାହାର ଆଜି ଫଳାଫଳ ବାହାରିଛି ।

Leave A Reply

Your email address will not be published.