ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ମା’ ହେବାକୁ ଯାଉଛନ୍ତି କି ନେହା!

0

ମୁମ୍ବାଇ: ଶୁଣିବାକୁ ମିଳୁଛି ଯେ , ବଲିଉଡ୍ ସିଙ୍ଗର ନେହା କକ୍କର ମାଆ ହେବାକୁ ଯାଉଛନ୍ତି। ସବୁ ଆଡେ ନେହାଙ୍କ ପ୍ରେଗନେନ୍ସିକୁ ନେଇକି ଚର୍ଚ୍ଚା । କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ କିଛି ଜଣ ସତ କ’ଣ ଜାଣିବାକୁ ଚାହୁଁଛନ୍ତି। ତେବେ ସତ କଥାଟି ହେଲା, ନେହା କକ୍କଡ଼ ଗର୍ଭବତୀ ଥିବା ନେଇ ଖବର ସମ୍ପୂର୍ଣ୍ଣ ମିଛ। ନେହା ଓ ରୋହନପ୍ରୀତ ଏବେ ଫ୍ୟାମିଲି ପ୍ଲାନିଂ କରିବା କଥା ଚିନ୍ତା ହିଁ କରିନାହାଁନ୍ତି। ନେହାଙ୍କ ଓଜନ ଗତ କିଛି ଦିନ ମଧ୍ୟରେ ବଢିଯାଇଛି; ଯେଉଁଥିପାଇଁ ଫ୍ୟାନ୍ସ ମାନେ ସେ ଗର୍ଭବତୀ ଥିବା ଭାବୁଛନ୍ତି।

ନେହା ନିଜ ୟୁଟ୍ୟୁବ ଚ୍ୟାନେଲରେ ‘ଲାଇଫ ଅଫ କକ୍କର’ ନାମକ ଏକ ସିରିଜ ଆରମ୍ଭ କରିଛନ୍ତି । ଯେଉଁଥିରେ ସେ ନିଜ ସହ ଜଡ଼ିତ ଅନେକ କଥା ଫ୍ୟାନ୍ସଙ୍କ ସହ ସେୟାର କରୁଛନ୍ତି। ନେହା ସିରିଜରେ କହିଛନ୍ତି ଯେ, ଓଜନ ବଢିଥିବାରୁ ସେ ଓଜନ କମାଇବା ପାଇଁ ଏବେ ଲାଗିପଡିଛନ୍ତି। ନେହା ଏହା ବି ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଏବେ ଏକ ମାଆ ହେବା ପାଇଁ ପ୍ରସ୍ତୁତ ନାହାଁନ୍ତି। ଏଥିପାଇଁ ଆଗାମୀ ୨ ରୁ ୩ ବର୍ଷ ଯାଏ ଫ୍ୟାମିଲି ପ୍ଲାନିଂ କରିବେନି।

ନେହା ଓ ରୋହନଙ୍କ ବିବାହ ୨୦୨୦,ଅକ୍ଟୋବର ୨୦ରେ ହୋଇଥିଲା। ଯାହାର ଦୁଇ ମାସ ପରେ ଏହି କପଲ ‘ଖ୍ୟାଲ ରଖା କର’ନାଁରେ ଏକ ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା। ଗୀତ ପୂର୍ବରୁ ନେହା ବେବି ବମ୍ପର ଫଟୋ ସୁଟ୍‌ କରିଥିଲେ । ଯେଉଁଥିପାଇଁ ଫ୍ୟାନ୍ସଙ୍କୁ ଲାଗିଥିଲା ନେହା ଗର୍ଭବତୀ ଅଛନ୍ତି।

Leave A Reply

Your email address will not be published.