ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ନୂଆବର୍ଷରେ ୪ ଫିଲ୍ମ ମଧ୍ୟରେ ହେବ ଟକ୍କର

0

ମୁମ୍ବାଇ: ନୂଆବର୍ଷରେ ୪ ବଡ ବଲିଉଡ ଫିଲ୍ମର ହେବ କଡା ଟକ୍କର। ବଲିଉଡର ମୋଷ୍ଟ ପରଫେକସିନିଷ୍ଟ ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଢା’ର ରିଲିଜକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ହେଲେ ଦର୍ଶକଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି। କାରଣ ଫିଲ୍ମର ରିଲିଜ ତାରିଖ ଏବେ ଘୋଷଣା ହୋଇସାରିଛି। ଏପ୍ରିଲ ୧୪, ୨୦୨୨ରେ ଅମୀରଙ୍କ ଫିଲ୍ମ ସିନେମା ହଲରେ ପଡିବ।

ତେବେ ଅମୀର ଫିଲ୍ମ ‘ଲାଲ ସିଂହ ଚଢା’ କେବଳ ସେହିଦିନ ରିଲିଜ ହେବନାହିଁ। ଅମୀରଙ୍କ ଫିଲ୍ମକୁ ଟକ୍କର ଦେବା ପାଇଁ ଫିଲ୍ମ ‘କେଜିଏଫ-୨’ ପ୍ରଭାସଙ୍କ ଫିଲ୍ମ ‘ସାଲାର’ ଏବଂ ବରୁଣ ଧୱନଙ୍କ ଫିଲ୍ମ ‘ଭେଡିୟା’ବି ରିଲିଜ ହେଉଛି। ଏପ୍ରିଲ ୧୪ରେ ବଲିଉଡର ବହୁ ବଡ଼ ଷ୍ଟାର ବକ୍ସ ଅଫିସେ ସାମନା ସାମନି ହେବାକୁ ଯାଉଛନ୍ତି। ଏପ୍ରିଲ ମାସରେ ଏହି ୪ ଫିଲ୍ମ ବ୍ୟତିତ ଦର୍ଶକଙ୍କ ପାଇଁ ଆଉ କିଛି ମଧ୍ୟ ରହିଛି। ଏହି ମାସରେ ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ଫିଲ୍ମ ‘ମେଡେ’, ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ଫିଳ୍ମ ‘ଧାକଡ଼’ ଏବଂ ମାଧବନ ଷ୍ଟାରର ‘ରକେଟ୍ରି’ ଓ ଟାଇଗର ସରଫଙ୍କ ଫିଲ୍ମ ‘ହିରୋପନ୍ତୀ-୨’
ବି ସିନେମା ହଲରେ ପଡିବ।

ଏହା କହିବା ଭୁଲ ହେବନି ଯେ ଏପ୍ରିଲ ମାସରେ ଦର୍ଶକଙ୍କ ପାଇଁ ଏଣ୍ଟେରଟେନମେଣ୍ଟର ଫୁଲ ଅନ ଡୋଜ ମିଳିବାର ଅଛି। ଏବେ ଦେଖିବାକୁ ବାକି ରହିଲା , ଯେବେ ଗୋଟିଏ ଦିନରେ ୪ଟି ଫିଲ୍ମ ଦେଖିବାର ସୁଯୋଗ ମିଳିବ ତ ଦର୍ଶକ କେଉଁ ଷ୍ଟାରଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରିବେ। ଅମୀର, ବରୁଣ,ୟଶ ଓ ପ୍ରଭାସ କିଏ ବାଜି ମାରି ନେବେ ତାହା ଜାଣିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ।

Leave A Reply

Your email address will not be published.