ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଛାଡପତ୍ର ନେବେ କି ପ୍ରିୟଙ୍କା?

0

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ବଲିଉଡ଼ରୁ ନେଇକି ହଲିଉଡ଼ ଯାଏଁ ସମସ୍ତଙ୍କ ପ୍ରିୟ ଯୋଡି । କିନ୍ତୁ ଏବେ ଦୁଇ ଜଣଙ୍କୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । ସୋମବାର ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମର ବାୟୋରେ ପରିବ ର୍ନ କରିଛନ୍ତି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ବାୟୋରେ ସ୍ୱାମୀଙ୍କ ସାଙ୍ଗିଆ ‘ଜୋନସ’ ହଟାଇଦେଇଛନ୍ତି ।

ପ୍ରିୟଙ୍କା ଏମିତି କରିବା ପରେ ସୋସିଆଲ ମିଡ଼ିଆରେ ୟୁଜର୍ସଙ୍କ ମଧ୍ୟରେ ହଲଚଲ ଖେଳିଯାଇଛି । ୟୁଜର୍ସ ଏହା ଅନୁମାନ କରୁଛନ୍ତି ଯେ, ପ୍ରିୟଙ୍କା ଓ ନିକ୍ ଜୋନସଙ୍କ ସମ୍ପର୍କ ମଧ୍ୟରେ ଫାଟ ଆସିଯାଇଛି । କିଛି ଜଣ ତ ଏହା ବି ଭାବୁଛନ୍ତି ଯେ ଉଭୟ ଛାଡ଼ପତ୍ର ନେବେ । ତେବେ ପ୍ରିୟଙ୍କା କେବଳ ଇନଷ୍ଟା ବାୟୋରୁ ସାଙ୍ଗିଆ ଜୋନସ ହଟାଇ ନାହାଁନ୍ତି , ଚୋପ୍ରା ବି ଇନଷ୍ଟା ବାୟୋରୁ ହଟାଇଦେଇଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଓ ଫ୍ୟାନ୍ସ ଚିନ୍ତିତ ଅଛନ୍ତି ଓ ଟୁଇଟ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ଭାବୁଥିଲେ ଯେ, ଏହା ହୋଇପାରିବ ନାହିଁ ଯେ ପ୍ରିୟଙ୍କା ଓ ନିକ୍‌ ଛାଡପତ୍ର ନେବେ, ଉଭୟ ଏବେ ଦୀପାବଳିରେ ଏକାଠି ନଜର ଆସିଥିଲେ । କିନ୍ତୁ ମୁଁ ବୋଧେ ଭୁଲ ଥିଲି । ଆଉ ଜଣେ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ, କଣ ପ୍ରିୟଙ୍କା ଓ ନିକ୍‌ଙ୍କ ଛାଡ଼ପତ୍ର ହୋଇଯାଇଛି । ସେହିପରି ଆଉ ଜଣେ ଲେଖିଛନ୍ତି ଯେ, ପ୍ରିୟଙ୍କା ଓ ନିକ୍‌ଙ୍କ ମଧ୍ୟରେ କିଛି ଗଡ଼ବଡ଼ ନିଶ୍ଚିତ ଚାଲିଛି ।

ତେବେ ଚଳିତ ବର୍ଷ ଦୀପାବଳିରେ ପ୍ରିୟଙ୍କା ଓ ନିକ ଏକାଠି ନଜର ଆସିଥିଲେ । ଦୁଇ ଜଣ ଏକାଠି ମିଶି ନିଜ ନୂଆ ଘରେ ଦୀପାବଳି ସେଲିବ୍ରେସନ କରିଥିଲେ । ଏହି ସେଲିବ୍ରେସନରେ ହଲିଉଡର ବହୁ ଜଣାଶୁଣା କଳାକାର ସାମିଲ ହୋଇଥିଲେ । ପ୍ରିୟଙ୍କା ଦୀପାବଳିର ଅନେକ ଫଟୋ ମଧ୍ୟ ସେୟାର କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.