ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସେୟାର ବଜାରରେ ସଂକ୍ରମଣର ପ୍ରଭାବ

0

ସେୟାର ବଜାରରେ ଭୂକମ୍ପ । କ୍ରାସ ହେଲା ସେୟାର ମାର୍କେଟ । ମାତ୍ର ୨ ଘଣ୍ଟା ରେ ସାଢେ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ । ୭ ମାସର ବ୍ୟବଧାନ ପରେ ଏହା ସବୁଠୁ ବଡ଼ କ୍ଷତି ବୋଲି କୁହାଯାଉଛି । କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ଓ ୟୁରୋପରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଏହାର ପ୍ରଭାବ ବିଶ୍ୱ ବଜାର ଉପରେ ପଡିଛି ।

ଶୁକ୍ରବାର ପ୍ରବଳ ହ୍ରାସ ସହିତ ସେୟାର ବଜାର ଖୋଲିଛି । ସେନସେକ୍ସ ୧୪୦୦ ପଏଣ୍ଟ ହ୍ରାସ ପାଇଛି । ସେହିପରି ନିଫ୍ଟି ୧୭ ହଜାର ତଳକୁ ଖସି ଆସିଛି । ଏସିଆର ସବୁ ସେୟାର ମାର୍କେଟ କ୍ରାସ ହୋଇଥିବା ଜଣାପଡିଛି । ସେନସେକ୍ସର ରିଲାଏନ୍ସ,କୋଟାକ ମହିନ୍ଦ୍ରା,ଇନଫୋସିସ,ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,ଆଇସିଆଇସିଆଇ ବିଶେଷ ଭାବେ ପ୍ରଭାବିତ ହୋଇଛି । ୟୁରୋପରେ ନୂଆ ଭ୍ୟାରିଆଂଟ ଚିହ୍ନଟ ହେବା ପରେ ଏଭଳି ସ୍ଥିତି ଉପୁଜିଛି । ଗତ ଦୁଇ ସପ୍ତାହ ହେବ ଭାରତୀୟ ସେୟାର ବଜାର ଖସୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଭୟ ବଢିବାରେ ଲାଗିଛି ।

କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଦକ୍ଷିଣ ଆଫ୍ରିକା, ହଂକଂ, ବୋସୱାନାରେ ଚିହ୍ନଟ ପରେ ସେଠାରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି । କରୋନା ଟେଷ୍ଟିଂ ଓ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେୟାର ବଜାର ଖସିବାର କାରଣ କ’ଣ?
() ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ
() ୟୁରୋପରେ ସଂକ୍ରମଣ ବୃଦ୍ଧି ଅନ୍ୟ ଏକ କାରଣ
() ବିଦେଶୀ ନିବେଶକଙ୍କ ସେୟାର ବିକ୍ରି

Leave A Reply

Your email address will not be published.