ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଜି ବଡ଼ଠାକୁର ହେବେ ପଢୁଆଁ

0

ମାମୁଁ ଘର ମାଧବ ପୀଠରୁ ପହଞ୍ଚିସାରିଛି ପଢ଼ୁଆଁ ଭାର

ପୁରୀ: ପ୍ରଥମାଷ୍ଟମୀରେ ପଢ଼ୁଆଁ ହେବେ ଶ୍ରୀଜିଉ। ନୂଆବସ୍ତ୍ର ପିନ୍ଧି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବଡ଼ଠାକୁର। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ରୀତିନୀତି ଖଞ୍ଜା ଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଶ୍ରୀମନ୍ଦିର ଜରିଆରେ ନୂଆବସ୍ତ୍ର ପ୍ରଦାନ କରାଯାଇଛି। ଏପଟେ ଶ୍ରୀବଳଦେବଙ୍କ ପାଇଁ ନିଆଳିସ୍ଥିତ ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ ପୀଠରୁ ଆସିଛି ପଢ଼ୁଆଁ ଭାର। ପଢ଼ୁଆଁ ଭାରରେ ଆସି ପହଞ୍ଚିଛି ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଛ, ଲବଙ୍ଗ ସମେତ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ ଓ ପଦ୍ମ ଫୁଲ। ଏସବୁକୁ ଶ୍ରୀମନ୍ଦିର ଗାରଦରେ ଦିଆଯାଇଛି।

ଶୁକ୍ରବାର ସକାଳୁ ମାଧବଙ୍କ ନିକଟରୁ ଏକ ଶୋଭାଯାତ୍ରାରେ ଏହି ଭାର ଅଣାଯାଇଥିଲା। ଭୋଇ ସେବକମାନେ ପତାକା ଧରି ଆଗେଆଗେ ଚାଲିଥିଲେ। ଗଡ଼ୁଆ ସେବକଙ୍କ ଦ୍ବାରା ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା। ସଂକୀର୍ତ୍ତନ ଦଳ ଶୋଭାଯାତ୍ରାରେ ସାମିଲ୍‌ ହୋଇଥିଲେ। ଢୋଲିଆ ଓ ମହୁରିଆ ବି। ୮ ଜଣ ବେହେରା ଉପବାସ ବ୍ରତ ପାଳନ ସହ ଭାର ନେଇ ଶ୍ରୀକ୍ଷେତ୍ର ଆସିଥିଲେ।

ଯଦିଓ ବଳଭଦ୍ର ବଡ଼ଭାଇ ହିସାବରେ ପଢ଼ୁଆଁ, କିନ୍ତୁ ମାମୁଁରୁ ସାତ ଜଣ ଠାକୁରଙ୍କ ପାଇଁ ପାଟବସ୍ତ୍ର ‌ଆସିଛି। ଏହି ପରମ୍ପରା ବନ୍ଦ ହୋଇଯାଇଥିଲା। ତିନିବର୍ଷ ଧରି ପୁଣି ଥରେ ଏହାକୁ ଚାଲୁ କରାଯାଇଛି। ଏପଟେ ଶ୍ରୀଲିଙ୍ଗରାଜ ବି ପଢୁଆଁ ହେବେ।

Leave A Reply

Your email address will not be published.