ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଡିସେମ୍ବରରୁ ବଦଳିଯିବ ଏହି ସବୁ ନିୟମ…

0

ଭୁବନେଶ୍ବର: ଡିସେମ୍ବର ପହିଲାରୁ ଆପଣଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଶସ୍ତା ହୋଇପାରେ ଏଲପିଜି ଗ୍ୟାସ ସିଲିଣ୍ଡର। ରୋଷେଇ ଗ୍ୟାସଠୁ ଆରମ୍ଭ କରି ବ୍ୟାକିଂ ଏବଂ ପେନସନ ସହ ଜଡିତ କିଛି ନିୟମ ବଦଳିବ। ଏବେ ଆସନ୍ତୁ ଜାଣିବା କେଉଁ ନିୟମରେ ପରିବର୍ତ୍ତନ ସମ୍ଭାବନା ଅଧିକ।

() ବଦଳିପାରେ ଏଲପିଜି ଦର। ଗ୍ୟାସ କମ୍ପାନି ଗୁଡିକ ପ୍ରତିମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ଦାମକୁ ନେଇ ସମୀକ୍ଷା କରିଥାନ୍ତି। କରୋନା ଭ୍ୟାରିଆଣ୍ଟର ନୂଆ ଭାଇରସ ସାମନାକୁ ଆସିବା ପରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ହୋଇଛି। ଯେଉଁଥିପାଇଁ ଆଶା କରାଯାଉଛି ଚଳିତ ମାସରେ ଗ୍ୟାସ ଦର କମିପାରେ।

() ପେନସନ ଉପଭୋକ୍ତାଙ୍କ ବଡ଼ ଖବର। ଯଦି ଆପଣ ସରକାରୀ ପେନସନ ଉପଭୋକ୍ତା ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୀବନ ପ୍ରମାଣପତ୍ର ଅର୍ଥାତ ଲାଇଫ ସାର୍ଟିଫିକେଟ ଜମା କରିବାର ଅନ୍ତିମ ସମୟ ରହିଥିଲା ନଭେମ୍ବର ୩୦ ତାରିଖ। ଯଦି ଏହି ସମୟସୀମା ଭିତରେ ଆପଣ ଏହା ଜମା କରିନାହାନ୍ତି ତେବେ ଆପଣ ପେନସନ ପାଇବାରୁ ବଞ୍ଚିତ ହେବେ।

() ସେହିପରି ମହଙ୍ଗା ହେବ ଏସବିଆଇ କ୍ରେଡିଟ କାର୍ଡ। ଆପଣ ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି କି?ଯଦି କରୁଛନ୍ତି ତେବେ ଏହି ଖବର ଜାଣିବା ନିହାତି ଜରୁରୀ। ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାରକାରୀ ପାଇଁ ଡିସେମ୍ବରରୁ ହେବାକୁ ଥିବା ବଡ଼ ପରିବର୍ତ୍ତନ ହେଉଛି ଏଣିକ ଏସବିଆଇ କ୍ରେଡିଟ କାର୍ଡରେ କିଣାକିଣି କରିବା ମହଙ୍ଗା ହେବ। ଏପର୍ଯ୍ୟନ୍ତ ଏସବିଆଇ କେବଳ ସୁଧ ନେଉଥିଲା। ଏଣିକି ଇଏମଆଇରେ କିଣାକିଣି କଲେ ପ୍ରୋସେସିଂ ଫି ମଧ୍ୟ ଦେବାକୁ ପଡିବ।

() ୟୁଏନ ସହ ଆଧାର ଲିଙ୍କ୍। ୟୁଏନ ସହ ଆଧାର ଲିଙ୍କକ କରିବାର ସମୟସୀମାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢାଇଥିଲା ଇପିଏଫଓ। ତେଣୁ ଯେଉଁମାନେ ଏହି ସମୟ ଅବଧି ଭିତରେ ୟୁଏନ ସହ ଆଧାର ଲିଙ୍କ କରିନାହାଁନ୍ତି ସେହି ଅଂଶଧାରକଙ୍କ ପିଏଫ ଆକାଉଂଟ ବନ୍ଦ ହୋଇଯିବ। ପିଏଫ ଆକାଉଂଟରେ ଆଉ ପଇସା ଜମା ହେବ ନାହିଁ କି ସେଥିରୁ ଟଙ୍କା ମଧ୍ୟ ଉଠାଇପାରିବେ ନାହିଁ ।

Leave A Reply

Your email address will not be published.