ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଅନୁଷ୍କାଙ୍କ ସହ ଫଟୋ ସେୟାର କରି ଲେଖିଲେ…

0

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଖେଳିବେ ବିରାଟ କୋହଲି। କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆର ଏହି ଷ୍ଟାର ପତ୍ନୀ ଅନୁଷ୍କାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।

ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅନୁଷ୍କାଙ୍କ ସହ ଏକ ନଦୀ କୂଳେ, ପାହାଡ଼ ମଝିରେ ବସିଥିବା ନଜର ଆସୁଛନ୍ତି। ବିରାଟ ଫଟୋରେ କ୍ୟାପସନ ଲେଖିଛନ୍ତି ଯେ, ‘ଅଗର ଆପ ମେରୀ ତରଫ ହୋ ତୋ କିସି ଭି ଜାଗା ମାନେ ମେଁ ଘର ପର ହିଁ ହୁଁ’। ବିରାଟ କୋହଲିଙ୍କ ଏହିଫଟୋରେ ଅନୁଷ୍କା ବି କମେଣ୍ଟ କରିଛନ୍ତି। ସେ ଲେଖିଛନ୍ତି ବହୁତ ଭଲ କାରଣ ପାଇଁ ଘରେ ତୁମ ବହୁତ କମ ସମୟ ହିଁ ରହିଥାଅ।

ଟି-୨୦ ବିଶ୍ୱକପ ପରେ ବିରାଟ କ୍ରିକେଟରୁ ବ୍ରେକ୍ ନେଇଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟି -୨୦ ସିରିଜରେ ଖେଳୁନାହାନ୍ତି। ତେବେ ମୁମ୍ବାଇରେ ହେବାକୁ ଥିବା
ଦ୍ୱିତୀୟ ମ୍ୟାଚରେ ସେ ଖେଳିବେ। କୋହଲି ଏହାର ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି। ସେ ମୁମ୍ବାଇର ସିସିଆଇରେ ଅଭ୍ୟାସ ଆରମ୍ଭ କରିଛନ୍ତି। କିଛିଦିନ
ତଳେ ସେ ଝାଳ ବୁହାଉଥିବାର ଏକ ଫଟୋ ପୋଷ୍ଟ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ପରେ ଟିମ ଇଣ୍ଡିଆ ସାଉଥ ଆଫ୍ରିକା ଗସ୍ତ କରିବ।

Leave A Reply

Your email address will not be published.