ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଓଡିଶାକୁ ମାଡିଆସୁଛି ବାତ୍ୟା

0

ଓଡିଶା ଛୁଇଁବ ବାତ୍ୟା,ବର୍ଷା ସାଙ୍ଗକୁ ବହିବ ପବନ । ବାତ୍ୟା ନେଇ ଆଜି ଭାରତୀୟ ପାଣିପାଗ କେନ୍ଦ୍ର(ଆଇଏମଡି) ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦକ୍ଷିଣ ଥାଇଲାଣ୍ଡ ଓ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ତାରିଖ ଦିନ ଅବପାତରେ ପରିଣତ ହେବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବ ।ଏହା ଅବପାତରେ ପରିଣତ ହେବା ପରେ ଆସନ୍ତା ୩ ତାରିଖ ଦିନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମର ପରିଣତ ହେବ ।

ଆସନ୍ତା ୪ ତାରିଖ ଦିନ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହେବାର ପୂର୍ବାନୁମାନ କରାଯାଉଛି । ଏହା ଓଡ଼ିଶା ଓ ଉ ର ଆନ୍ଧ୍ର ଉପକୂଳ ସମୂଦ୍ରରେ କେନ୍ଦ୍ରୀଭୂତ ହେବ । ପ୍ରଭାବରେ ୩ ତାରିଖ ରାତିରୁ ଦକ୍ଷିଣ ଓଡିଶାର ଉପକୂଳ ବର୍ତ୍ତୀ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ଧୀରେ ଧୀରେ ପବନର ବେଗ ମଧ୍ୟ ବଢିବ । ୪ ତାରିଖ ଅପରାହ୍ନରୁ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ । ବିଶେଷ କରି ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୯୦ରୁ ୧୧୦ କିଲୋମିଟର ରହିବ । ସବୁଠୁ ବଡ଼ କଥା ହେଉଛି ୪ ତାରିଖ ସକାଳ ପରଠୁ ବାତ୍ୟା ତାହାର ଦିଗ ପରିବର୍ତ୍ତନ କରିବ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ବାତ୍ୟା ନେଇ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଦକ୍ଷିଣ ଓଡିଶା ଜିଲ୍ଲା ସହିତ ଉ ର ଓଡିଶା ଜିଲ୍ଳା ଗୁଡିକରେ ପ୍ରବଳ ବର୍ଷା ହୋଇପାରେ । ଡିସେମ୍ବର ୫ରେ କେବଳ ଉତ୍ତର ଓଡିଶା ଜିଲ୍ଲା ଗୁଡିକରେ ବର୍ଷା ହୋଇପାରେ ।ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏବେ ପାଚିଲା ଧାନକୁ ନେଇ ଚିନ୍ତାରେ ଚାଷୀ । ବର୍ଷା ହେବା ପରେ ପାଚିଲା ଧାନ କ୍ଷେତ ଉଜୁଡିଯିବାର ଆଶଙ୍କା ଥିବାର ସତର୍କ ହେବାକୁ ପରାମର୍ଶ ଦିଆଯାଇଛି । ଅମଳ ଧାନ କାଟି ସୁରକ୍ଷିତ ରଖିବା ପାଇଁ କୁହାଯାଇଛି । ବାତ୍ୟା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ ପରେ ତତ୍ପରତା ଦେଖାଇଛନ୍ତି ଜିଲ୍ଲାପାଳ । ମାଇକ ଯୋଗେ କୃଷି ବିଭାଗର ଅଧିକାରୀ ମାନେ ପ୍ରଚାର କରି ସତର୍କ କରାଉଛନ୍ତି ।

Leave A Reply

Your email address will not be published.