ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

କଲେଜରେ ବ୍ୟାପିଲା କରୋନା.

0

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ସମସ୍ତଙ୍କ ମନରେ ଭୟ ଘାରିଥିବା ବେଳେ ଓଡିଶାରେ ଛାତ୍ରଛାତ୍ରୀ ସଂକ୍ରମିତ ଖବର ଚିନ୍ତା ବଢାଇଦେଇଛି । ଢେଙ୍କାନାଳର ଘରୋଇ କଲେଜ ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟରେ ୩୩ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସହରବାସୀ ଭୟଭୀତ ହୋଇପଡିଛନ୍ତି ସଂପୃକ୍ତ ମହାବିଦ୍ୟାଳୟକୁ କଣ୍ଟେଟମେଣ୍ଟ ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

କଲେଜର ମୋଟ ୨୮୦ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୩୩ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି । କେହି ଗୁରତର ନଥିବା ବେଳେ ସେମାନେ ଏବେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ । କେମିତି ଏତେ ପିଲା ସଂକ୍ରମିତ ହେଲେ ତାହା ଏବେ ବଡ଼ ପ୍ରଶ୍ନ ।

ତେବେ କଣ୍ଟ।କ୍ଟ ଟ୍ରେସିଂ ନକରାଗଲେ ଜିଲ୍ଲାରେ ଆଗକୁ ସଂକ୍ରମଣ ବଢିବାର ଭୟ ରହିଛି । ଏହି ଗୋଟିଏ ଅନୁଷ୍ଠାନକୁ ନେଇ ସମଗ୍ର କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁକଣ୍ଟେଟମେଣ୍ଟ ଜୋନ ଘୋଷଣା କରାଯାଇଛି । କରୋନାର ମାମଲା କମିବା ପରେ ସରକାର ଧୀରେ ଧୀରେ ସ୍କୁଲ,କଲେଜ ଖୋଲିଥିଲେ । ଅଫଲାଇନ ପାଠପଢା ଆରମ୍ଭ କରିଥିଲେ । କିନ୍ତୁ ସ୍କଲ କଲେଜ ଖୋଲିବା ପରେ ଯେଭଳି ଛାତ୍ରଛାତ୍ରୀ ସଂକ୍ରମିତ ହେବା ଖବର ସାମନାକୁ ଆସୁଛି ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ପୂର୍ବରୁ ବୁର୍ଲା ଭିମସାରରେ ମଧ୍ୟ ୭୪ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ।

Leave A Reply

Your email address will not be published.