ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ରଦ୍ଦ ହେବ କି ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ ?

0

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଚିହ୍ନଟ ପରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଏବେ ସନ୍ଦେହ ଘେରରେ । ଏହି ନୂଆ ଭ୍ୟାରିଆ ଏବେ ୨୯ଟି ଦେଶରେ ବ୍ୟାପିସାରିଲାଣି । ଏହାରି ଭିତରେ ଏଇ ମାସରେ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ହେବାକୁ ଅଛି, ତେବେ ଏହି ଦ୍ୱିପାକ୍ଷିକ ସିରିଜ କେମିତି ଖେଳାଯିବ , ଖେଳାଳି ମାନେ କେମିତି ସୁରକ୍ଷିତ ରହିବେ ତାକୁ ନେଇ ଅନେକ ଚର୍ଚ୍ଚା ପ୍ରକାଶ ପାଇଛି ।

ଡିସେମ୍ବର ୧୭ରେ ହେବାକୁ ଅଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ । ହେଲେ ଓମିକ୍ରନ ଯୋଗୁଁ ସରିଜି ରଦ୍ଦ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି । ଓମିକ୍ରନ ପାଇଁ ଦକ୍ଷିଣ ଆଫ୍ରିକା ବନାମ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୨ଟି ଏକଦିବସୀୟ ମ୍ୟାଚକୁ ରଦ୍ଦ କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ । ନିକଟରେ ଡିସେମ୍ବର ୨ରୁ ୫ ମଧ୍ୟରେ ଖେଳାଯିବାକୁ ଥିବା ଡିଭିଜନ ମ୍ୟାଚ ମଧ୍ୟ ରଦ୍ଦ ହୋଇଛି କାରଣ କିଛି ଖେଳାଳି
କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାରି ଭିତରେ ଏବେ ବଡ଼ ପ୍ରଶ୍ନ ଉଠୁଛି ଏ ପରିସ୍ଥିତିରେ ଭାରତୀୟ ଦଳ କଣ ଦକ୍ଷିଣ ଆଫ୍ରିକା ଗସ୍ତ କରିବ? କ୍ରିକେଟ ସାଉଥ ଆଫ୍ରିକା ଚେୟାରମ୍ୟାନଙ୍କ କହିବା ଅନୁଯାୟୀ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଆସିବ । ଉଭୟ ଦଳ ବାଓ ବବଲର ରହିବେ । ଟିମ ଇଣ୍ଡିଆ ଖେଳାଳି ୨ଟି ହୋଟେଲରେ ରହିବେ। ଏବଂ ବିସିସିଆଇ ସେମାନଙ୍କୁ କିଛି ସ୍ୱତନ୍ତ୍ର କରିବାକୁ ମଧ୍ୟ କହିନଥିବା ସେ କହିଛନ୍ତି ।

ମ୍ୟାଚରେ ଦୁଇ ହଜାର ଲୋକଙ୍କୁ ଦେଖିବାକୁ ଅନୁମତି ମିଳିବ । ଏବଂ ସମସ୍ତେ କିନ୍ତୁ ଟିକା ନେଇଥିବା ଜରୁରୀ ।ଲାଓସନ ନାଇଡୋ(ସିଏସଏ) ଚେୟାରମ୍ୟାନ କହିଛନ୍ତି ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ଓମିକ୍ରନ ବେଶି କିଛି ପ୍ରଭାବ ପକାଇବନି । ସେଥିପାଇଁ ଆମେ ଏହି ସିରିଜ ପାଇଁ ଅନୁମତି ଦେଇଛୁ । ହେଲେ ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଉଛି ଯେ, ଦରକାର ପଡିଲେ ୩ଟି ଟେଷ୍ଟରୁ ୨ଟି ଟେଷ୍ଟ ଖେଳ ହୋଇପାରେ । ଗୋଟେ ଟେଷ୍ଟକୁ କମାଇ ଦିଆଯାଇପାରେ । ହେଲେ ଏହି ପ୍ରଶ୍ନର ଉତ୍ତରରେ ସିଏସଏ ଚେୟାରମ୍ୟାନ କହିଛନ୍ତ ଯେ, ବିସିସିଆଇ ତାଙ୍କୁ ଏନେଇ କିଛି ଜଣାଇନାହିଁ । ତେବେ ଆସନ୍ତା ରବିବାର ଦିନ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ବିସିସିଆଇ ନିଷ୍ପତ୍ତି ନେଇପାରେ।

Leave A Reply

Your email address will not be published.