ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଆଜି ବି ଚାଲିପାରିଲାନି ଗୃହ

0

ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ତିନି ଦିନ ହେବ ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଅଚଳାବସ୍ଥା ଜାରି ରହିଛି । ଆଜି ଗୃହ ଆରମ୍ଭ ହେବା ପରେ ସମାନ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ନାରାବାଜି ଦେଇଥିଲେ । ଫଳରେ ଗୃହକୁ ପ୍ରଥମେ ସାଢେ ୧୧ଟା ପରେ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ।

ଆଜି ଗୃହ ଆରମ୍ଭରୁ ମମିତା ମେହେର ଝଡ଼ ଦେଖିବାକୁ ମିଳିଥିଲା । ବିରୋଧୀ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଜିଦରେ ଅଡି ବସିଛନ୍ତି । ବିଜେପି ସଦସ୍ୟ କହିଥିଲେ ଯେ, ମନ୍ତ୍ରୀ ଗୃହକୁ ପ୍ରବେଶ କରି ପବିତ୍ର ଗୃହକୁ ଅପବିତ୍ର କରିଛନ୍ତି । ତେଣୁ ବିଜେପି ବିଧାୟକ ଗୋବର ପାଣି ଓ ଗଙ୍ଗାଜଳ ବିଧାନସଭାରେ ପକାଇ ପବିତ୍ର କରିଥିଲେ । ଲଗାତର ତୃତୀୟ ଦିନ ହେବ ଗୃହକୁ ଚଲାଇଦେଉନାହାଁନ୍ତି ବିରୋଧୀ । ଗୁରୁବାର ଦିନ ଗୃହରେ ବିରୋଧୀ ମାନେ ଏମିତି ହଙ୍ଗାମା କରିଥିଲେ ଗୃହ ଚାଲିବା ସମ୍ଭବ ହୋଇପାରିନଥିଲା । ପ୍ରଥମାର୍ଦ୍ଧରେ ଗୋଟିଏ ମିନିଟ ଗୃହ ଚାଲିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ୧୩ ମିନିଟ ଭିତରେ ଗୃହ କାର୍ଯ୍ୟ ସୀମିତ ରହିଥିଲା । ସେପଟେ ବିଜେଡି କହିଛି ଯେ,ସରକାର ସମସ୍ତ ପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିରୋଧୀ ଜାଣିଶୁଣି ଗୃହକୁ ଚଲାଇଦେଉନାହାଁନ୍ତି ।

ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଯାଇ ଦରଦାମ ବୃଦ୍ଧିକୁ ନେଇ ବିଜେଡି ମଧ୍ୟ ପ୍ରତିବାଦ କରିଛି । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଅବହେଳା ଅଭିଯୋଗର ଶାସକ ଦଳର ସଦସ୍ୟ ମାବେ ବିଧାନସଭାରୁ ବାହାରି ରାଜଭବନ ଯାଏଁ ଚାଲି ଚାଲି ଯାଇଥିଲେ ଏବଂ ଧାରଣା ଦେଇଥିଲେ । ସେହିପରି ଗତକାଲି ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ଦରଦାମ ବୃଦ୍ଧି, ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବିଧାୟକ ଧାରଣା ଦେଇଥିଲେ ।

ଦରଦାମ ବୃଦ୍ଧି ପାଇଁ କେନ୍ଦ୍ର ସରକାରକୁ ଦାୟୀ କରିଛି ବିଜେଡି । ସେହିଭଳି ରାଜଭବନ ସମ୍ମୁଖରେ ପେଟ୍ରୋଲ ,ଡିଜେଲ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଥିଲା । ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ମଧ୍ୟ ପାୱାର ହାଉସ ଛକରେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ପ୍ରତିବାଦ କରାଯାଉଛି ।

Leave A Reply

Your email address will not be published.