ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଖଣ୍ଡଗିରିରେ ଓଟିଡିସିର ୱୁଡେନ୍ କାଫେ ଓ ରେଷ୍ଟୁରାଣ୍ଟ, ସେଲ୍‌ଫି ଜୋନ

0


ଭୁବନେଶ୍ୱର: ରାଜ୍ୟରେ ଆଧୁନିକ ମାନର ଯୁଗପଯୋଗୀ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ ଓ ଉନ୍ନତିକରଣ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଥିବାବେଳେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ପାହାଡ଼ ପାଦଦେଶସ୍ଥିତ ‘ପାନ୍ଥିକା’ର ନବକଳେବର ପାଇଁ ପଦକ୍ଷେପ ନିଆଯାଇଛି । ଏହି ପାନ୍ଥିକାରେ ଆଧୁନିକ ସୁବିଧାସୁଯୋଗଯୁକ୍ତ ୱୁଡେନ୍ କାଫେ ଓ ରେଷ୍ଟୁରାଣ୍ଟ, ବିବାହ ମଣ୍ଡପ ଓ ସେଲଫି ଜୋନ୍ ସମେତ ଅନ୍ୟାନ୍ୟ ଉନ୍ନତମାନ ଭିତ୍ତିଭୂମି ନିର୍ମାଣ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ଏଠାରେ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଏହି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ରାଜ୍ୟକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏବେ ରାଜ୍ୟତମାମ ଭିତ୍ତିଭୂମି ନିର୍ମାଣ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦେଇ ଘରୋଇ ତଥା ଦେଶବିଦେଶର ପର୍ଯଟକଙ୍କ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ)ର ଗାଇଡଲାଇନକୁ ପାଳନ କରି ଖଣ୍ଡଗିରି ପାହାଡ଼ ପାଦଦେଶରେ ଥିବା ‘ପାନ୍ଥିକା’ର ନବକଳେବର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖଣ୍ଡଗିରି ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପାନ୍ଥିକାରେ ‘ୱୁଡେନ୍ କାଫେ’ ସମେତ ଅନ୍ୟାନ୍ୟ ନବକଳେବର ନିଶ୍ଚିତ ଭାବେ ଆକୃଷ୍ଟ କରିବ ।

ସେହିପରି ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବ କହିଛନ୍ତି ଯେ, ପାନ୍ଥିକାର ନବକଳେବର କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ଏଠାରେ ସ୍ଥାନାନ୍ତରଯୋଗ୍ୟ ରେଷ୍ଟୁରାଣ୍ଟ, ‘ୱୁଡେନ୍ କାଫେ’ , ବସିବା ନିମନ୍ତେ ସୁନ୍ଦର ଗମ୍ବୁଜ, ସେଲଫି ଜୋନ୍ ସମେତ ବିବାହ ମଣ୍ଡପ ନିର୍ମାଣ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି । ପାର୍କିଂ ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପାଣ୍ଠି ବ୍ୟୟବରାଦ କରିଛନ୍ତି । ଏହି ନବକଳେବର କାର୍ଯ୍ୟରେ ମୋଟ ୧.୬୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ଅବସରରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ଓଟିଡିସିର ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି,କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଶଶାଙ୍କ ଶେଖର ଦାଶ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ରଙ୍କ ସମେତ ଓଟିଡିସିର ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.