ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଓଡ଼ିଶାରେ ବଂଶଲ, ଆଜି ନୂଆ ମୁଖିଆ ପାଇବ ପୁଲିସ ବିଭାଗ

0
  • ଅବସର ପରେ ଅଭୟଙ୍କୁ ମିଳିପାରେ ପ୍ରାଇଜ ପୋଷ୍ଟ
  • ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ହୋଇପାରନ୍ତି

କଟକ: କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସ୍ବତନ୍ତ୍ର ନିର୍ଦେଶକ ଦାୟିତ୍ବ ଛାଡି ଗୁରୁବାର ରାତିରେ ଓଡ଼ିଶାରେ ପହଞ୍ଚିଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ସୁନୀଲ କୁମାର ବଂଶଲ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଆଜି ଅପରାହ୍ନରେ ରାଜ୍ୟର ନୂଆ ପୁଲିସ ମୁଖିଆ ଭାବେ ସେ ଦାୟିତ୍ବ ନେବେ। ଅର୍ଥାତ୍ ଡିଜି ଅଭୟଙ୍କ ପରିବର୍ତ୍ତେ ସେ ହେବେ ନୂଆ ପୁଲିସ ଡିଜି। ଅପରାହ୍ନରେ ଦାୟିତ୍ବଗ୍ରହଣ କାର୍ଯ୍ୟାଳୟ ପୁଲିସ ମୁଖ୍ୟାଳୟରେ ହେବ। ଏହା ଉପରେ ଏବେ ପୁଲିସ ବିଭାଗର ପୂରା ନଜର ରହିଛି।

ଅନ୍ୟପକ୍ଷରେ ରାଜ୍ୟ ସରକାର ଡିଜି ଅଭୟଙ୍କୁ ଗୋଟିଏ ପ୍ରାଇଜ ପୋଷ୍ଟ ଦେବାକୁ ଯାଉଥିବା ସୂଚନା ମିଳୁଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇପାରେ। ଏଭଳି ପଦବି ରାଜ୍ୟରେ ନୂଆକରି ସୃଷ୍ଟି ହେବ। ସେ ସୁରକ୍ଷା ସଂକ୍ରାନ୍ତରେ ସରକାରଙ୍କୁ ପରାମର୍ଶ ଦେବେ। ବିଶେଷକରି ନକ୍ସଲ ଦମନ କ୍ଷେତ୍ରରେ ତାଙ୍କର ବଡ ଭୂମିକା ରହିପାରେ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ନୂଆ ପୁଲିସ ମହାନିର୍ଦେଶକ ରାଜ୍ୟ ସହ ପାଖାପାଖି ୨୭ବର୍ଷ ପ୍ରତ୍ୟକ୍ଷ ସଂପର୍କରେ ନଥିଲେ। ଏଣୁ ତାଙ୍କୁ ସହଯୋଗ କ୍ଷେତ୍ରରେ ମଧ୍ୟ ଅଭୟ ଗୁରୁ ଦାୟିତ୍ବ ନିଭାଇପାରିବେ। ପୂର୍ବରୁ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଆର୍ ବାଲକ୍ରିଷ୍ଣନ୍ ଓ ପୂର୍ବତନ ମୁଖ୍ୟସଚିବ ଅସିତ ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।

ଉଲ୍ଲେଖଥାଉକି, ୧୯୮୭ ବ୍ୟାଚ୍ ଆଇପିଏସ୍ ଶ୍ରୀ ବଂଶଲ ୧୯୯୪ରୁ କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ବିଶେଷକରି ଗୁଇନ୍ଦା ବିଭାଗରେ ତାଙ୍କର ଭୂମିକା କେନ୍ଦ୍ର ସରକାରରେ ବେଶ୍ ପ୍ରଶଂସନୀୟ ଥିଲା। ଅନ୍ୟପକ୍ଷରେ ୨୦୧୯ ଡିସେମ୍ବର ୯ ତାରିଖରେ ଶ୍ରୀ ଅଭୟ ଡିଜିପି ଭାବେ କାର୍ଯ୍ୟ କରି ଆସୁଥିଲେ। ଶୁକ୍ରବାର ସେ ଅବସର ନେବା ପରେ ଶ୍ରୀ ବଂଶଲ ଦାୟିତ୍ବ ନେବେ।

Leave A Reply

Your email address will not be published.