ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏଡିଜି ପାହ୍ୟାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍ କୁଟ୍ଟେ

0

୧୯୯୭ ବ୍ୟାଚର ଅନ୍ୟ ୩ ଆଇଜି ଏଡିଜି ହେଲେ

ଭୁବନେଶ୍ବର: ୧୯୯୭ ବ୍ୟାଚ୍‌ର ଆଇପିଏସ୍ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍ କୁଟ୍ଟେଙ୍କୁ ରାଜ୍ୟ ସରକାର ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ତେବେ ଶ୍ରୀ କୁଟ୍ଟେ ପୂର୍ବଭଳି ସେହି ପଦବିରେ କାର୍ଯ୍ୟ କରିବେ। ଏହି ବ୍ୟାଚର ଅନ୍ୟ ବରିଷ୍ଠ ଅଧିକାରୀ ତଥା ଜେଲ ଦାୟିତ୍ବରେ ଥିବା ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ବି ପଦୋନ୍ନତି ମିଳିଛି। ସେହିଭଳି ଭିଜିଲାନ୍ସ ଆଇଜି ଅସିତ କୁମାର ପାଣିଗ୍ରାହୀ ଏବଂ କମିସନରେଟ୍ ପୁଲିସର ଅତିରିକ୍ତ ପୁଲିସ କମିସନର ରେଖା ଲୋହାନି ବି ଏହି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଜାନୁଆରି ପହିଲାରୁ ଏହି ପଦୋନ୍ନତି କାର୍ଯ୍ୟକାରୀ ହେବ।

ଅନ୍ୟପକ୍ଷରେ ରାଜ୍ୟ ସରକାର ଆଜି ଆଉ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ବୁଧବାର ପଦୋନ୍ନତି ପାଇଥିବା ଅଫିସରମାନଙ୍କୁ ଏବେ ନୂଆ ପଦବି ମିଳିବାର ନାହିଁ। ମାନେ ସେହି ପଦବିରେ କାର୍ଯ୍ୟ କରିବେ। ନୂଆ ଡିଜି ଯୋଗଦେବା ପରେ ଓ ନିର୍ବାଚନ ପ୍ରକ୍ରିୟା ଶେଷ ପରେ ଆଇପିଏସ୍ ବଦଳି ହେବ।

Leave A Reply

Your email address will not be published.