ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ପୁଣି ପଡ଼ିଆକୁ ଓହ୍ଲାଇବେ ବୀରୁ, ଯୁବି ଓ ଭଜି

0

ସାମ୍ନାରେ ଲଢ଼ିବେ ଅଖତାର୍, ଆଫ୍ରିଦି ଓ ଜୟସୂରିୟା
ଭାରତ ସହ ଟକ୍କର ନେବ ଏସିଆ ଇଲେଭେନ୍ ଓ ରେଷ୍ଟ ଅପ୍ ୱର୍ଲଡ୍

ପୁଣିଥରେ କ୍ରିକେଟ୍ ପଡିଆରେ ଜଲୱା ଦେଖାଇବେ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ ଓ ହରଭଜନ ସିଂହ। ଆଉ ଏମାନଙ୍କ ସାମ୍ନାରେ ରହିବେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍ ଆଫ୍ରିଦି, ମହମ୍ମଦ ୟୁସୁଫ, ଶ୍ରୀଲଙ୍କାର ସନତ ଜୟସୂର୍ଯ୍ୟା ଓ ମୁଥିଆ ମୁରଲିଧର। ଏହି ସବୁ ଖେଳାଳିଙ୍କୁ ନେଇ ଆୟୋଜିତ ହେବାକୁ ଯାଉଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟର ପ୍ରଥମ ସଂସ୍କରଣ । ଏହି ଲିଗ୍ ଜାନୁଆରି ୨୦ ତାରିଖରୁ ଓମାନରେ ଆରମ୍ଭ ହେବାକୁ ଯାଉଛି । ଏହି ଲିଗରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା କିମ୍ବଦନ୍ତୀ କ୍ରିକେଟର୍ ଭାଗ ନେବେ । ମ୍ୟାଚ୍ ଗୁଡ଼ିକ ଓମାନର ଅଲ୍ ଏମିରେଟ୍ସ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।

ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ତିନୋଟି ଟିମ୍ ଭାଗ ନେବେ। ଏଥିରେ ଭାରତର ପ୍ରତିନିଧିତ୍ୱ କରିବ ଇଣ୍ଡିଆ ମହାରାଜ ଟିମ୍ । ଏହି ଟିମରେ ଇରଫାନ୍ ପଠାନ୍, ୟୁସୁଫ୍ ପଠାନ୍, ଏସ୍ ବଦ୍ରିନାଥ, ଆରପି ସିଂ, ପ୍ରଜ୍ଞାନ ଓଝା, ନମନ ଓଝା, ମନପ୍ରୀତ ଗୋନି, ହେମଙ୍ଗ ବଦାନି, ବେଣୁଗୋପାଳ ରାଓ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ ଓ ଅମିତ୍ ଭଣ୍ଡାରୀ ଖେଳିବେ । ବାକି ଦୁଇଟି ଟିମ୍ ଏସିଆ ଓ ରେଷ୍ଟ ଅଫ୍ ୱାର୍ଲ୍ଡ ରହିବେ।

ଏସିଆର ପ୍ରତିନିଧିତ୍ୱ କରିବ ଏସିଆ ଲାୟନ୍ସ । ଏଥିରେ ଶୋଏବ ଅଖତର, ଶାହିଦ୍ ଆଫ୍ରିଦି, ସତନ ଜୟସୂର୍ଯ୍ୟା, ମୁଥିଆ ମୁରଲିଧରନ, ଚାମିନ୍ଦା ଭାସ, ରମେଶ କାଲୁୱିଥରାଣା, ତିଲକରତ୍ନେ ଦିଲସାନ, ଆଝାର ମେହମୁଦ୍, ଉପୁଲ ଥରଙ୍ଗା, ମହମ୍ମଦ ହଫିଜ୍, ଶୋଏବ ମଲିକ୍, ମହମ୍ମଦ ୟୁସୁଫ୍, ଉମର୍ ଗୁଲ୍ ଓ ଅସଗର ଆଫଗାନ୍ ରହିଛନ୍ତି। ତେବେ ଏପର୍ଯ୍ୟନ୍ତ ରେଷ୍ଟ ଅଫ୍ ୱାର୍ଲ୍ଡ ଟିମର ଖେଳାଳିଙ୍କ ନାଁ ଘୋଷଣା ହୋଇନାହିଁ। ସେପଟେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରୁ ହଟିଥିବା ରବି ଶାସ୍ତ୍ରୀ ଏହି ଲିଗର କମିସନର ଅଛନ୍ତି ।

Leave A Reply

Your email address will not be published.