ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ନିୟମ ନମାନିଲେ ଆକ୍ସନ

0
  • ଟ୍ୱିନସିଟିକୁ ଜଗିବେ ୨୫ ପ୍ଲାଟୁନ ଫୋର୍ସ

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଆଜି ରାତିରୁ କଡାକଡି ହେବ କଟକଣା । ରାତି ୯ଟାରୁ ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ଟ୍ୱିନସିଟିରେ କଟକଣା ଅଧିକ କଡ଼ାକଡ଼ି କରାଯିବ । ରାତି ସାରା ପଇଁତରା ମାରିବ ପୁଲିସ । କୋଭିଡ ନିୟମ ଉଂଲଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସେ କହିଛନ୍ତି, ଟ୍ୱିନସିଟିରେ ନିୟୋଜିତ ହେବେ ୨୫ପ୍ଲାଟୁନ ପୁଲିସ ଫୋର୍ସ ୧୦୦ ଅଫିସର । ନାଇଟ କର୍ଫୁ ସମୟରେ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ , ମଲ ବନ୍ଦ ରହିବ । ନିୟମ ଅମାନ୍ୟ କଲେ ଅତି କମରେ ୭ ଦିନ ପାଇଁ ଦୋକାନ ବନ୍ଦ କରିଦିଆଯିବ । ରାଜ୍ୟରେ ଏବେ ତୃତୀୟ ଲହର ପାଇଁ ସମସ୍ତଙ୍କୁ ସଚେତନ ରହିବା ଆବଶ୍ୟକ । ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ଆବଶ୍ୟକ । ଆଉ ଗାଇଡଲାଇନରେ ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ରାତି ୯ରୁ ସକାଳ ୫ ଯାଏ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ନାଇଟ କର୍ଫ୍ୟୁ ସମୟରେ ଜରୁରୀ କାଳୀନ ସେବାକୁ ବାଦ ଦିଆଯିବ ।

Leave A Reply

Your email address will not be published.