ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ରେଡ୍ ଜୋନ୍କୁ ଆସିଲା ଦୁଇ ଜିଲ୍ଲା

0

ରାଜ୍ୟରେ କରୋନା ସଂକ୍ରମଣର ଲମ୍ବା ଡିଆଁ । ଦୈନିକ ସଂକ୍ରମଣ ୪ ହଜାର ମୁହାଁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ପୁଣି ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଖୋର୍ଦ୍ଧାରେ ହଜାରେ ଟପିଛି ସଂକ୍ରମଣ । ସେହିପରି ଆଉ ୪ ଜିଲ୍ଲାରେ ମଧ୍ୟ ସଂକ୍ରମଣ ସେଞ୍ଚୁରି କରିଛି । ଗତ ୨୪ ଘଣ୍ଟା ରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୬୭୯ ଆକ୍ରାନ୍ତ । ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨୧୪୮ ମାମଲା ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୫ ଶହ ୩୧ ରହିଛି । ୦ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କର ବି ସଂକ୍ରମଣ ବଢିଚାଲିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତା ପଛକୁ ରହିଛି ସୁନ୍ଦରଗଡ଼ । ସୁନ୍ଦରଗଡ଼ରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଟପି ୫୮୨ରେ ପହଞ୍ଚିଛି।ସେହିପରି ସମ୍ବଲପୁରରୁ ୩୭୨ , କଠକରୁ ୩୧୦,ଝାରସୁଗୁଡାରୁ ୧୩୪ ମାମଲା ୨୪ ଘଣ୍ଟ। ରେ ସାମନାକୁ ଆସିଛି । ଖୋର୍ଦ୍ଧା ସମେତ ଏହି ୫ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ସବୁ ଜିଲ୍ଲା ଗୁଡିକରେ ସ୍ଥିତି ଉଦବେଗଜନକ ରହିଛି ।


ଜାନୁଆରୀ ମାସରେ ୮ ଦିନରେ ରାଜ୍ୟରେ ଚିହ୍ନଟ ହେଲେଣି ୧୧ ହଜାର ୩୨୧ ସଂକ୍ରମିତ । ଗତକାଲି ତୁଳନାରେ ଆଜି ୯୭୬ ନୂଆ ମାମଲା ବୃଦ୍ଧି ପାଇଛି । ରାଜ୍ୟରେ ଏବେ ସୁଦ୍ଧା ମୋଟ ୧୦,୬୬,୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୧ ହଜାର ୬୬୩ଟି ସକ୍ରିୟ ସଂକ୍ରମିତ ଥିବା ବେଳେ ୧୦,୪୫,୯୭୧ ଜଣ ସୁସ୍ଥ ହେଲେଣି । ରାଜ୍ୟରେ ସଂକ୍ରମଣ ଲମ୍ବା ଡିଆଁ ମାରୁଥିବାରୁ ଗତକାଲିଠୁ ନାଇଟ କର୍ଫ୍ୟୁ ମଧ୍ୟ କଡାକଡି କରାଯାଇଛି । କଟକଣା ମଧ୍ୟ ଜାରି କରାଯାଇଛି । ଆସନ୍ତା୧୦ରୁ ସମସ୍ତ ସ୍କୁଲ,କଲେଜ ବନ୍ଦ ନେଇ ଘୋଷଣା କରାଯାଇଛି । ମାର୍କେଟ,ମଲ,ରେଷ୍ଟୁରାଣ୍ଟରେ ଅଧିକ ଭିଡ ନକରିବାକୁ କୁହାଯାଇଛି ।

Leave A Reply

Your email address will not be published.