ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

କରୋନା କାଳରେ ନିର୍ବାଚନ: ଜାଣନ୍ତୁ କେଉଁଠି କେବେ?

0

କରୋନା ସଂକ୍ରମଣ ଭିତରେ ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଜି ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ର ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ୫ଟି ରାଜ୍ୟରେ ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ଫେବୁଆରୀ ୧୦ରେ ଉତ୍ତରପ୍ରଦେଶରେ ଭୋଟ ପଡିବା ସହିତ ଏହା ଆରମ୍ଭ ହେବ । ପଞ୍ଜାବ,ଉତ୍ତରାଖଣ୍ଡ ଓ ଗୋଆରେ କେବଳ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ଭୋଟ ହେବ । ସେହିପରି ମଣିପୁରରେ ୨ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ ।

ଜାଣନ୍ତୁ, କେଉଁ ତାରିଖରେ କେଉଁ ରାଜ୍ୟରେ ପଡିବ ଭୋଟ?

ଉତ୍ତରପ୍ରଦେଶ

ପ୍ରଥମ ପର୍ଯ୍ୟାୟ-ଫେବୃଆରୀ ୧୦

ଦ୍ୱିତୀୟ ପର୍ଯ୍ୟାୟ-ଫେବୃଆରୀ ୧୪

ତୃତୀୟ ପର୍ଯ୍ୟାୟ-ଫେବୃଆରୀ ୨୦

ଚତୃର୍ଥ ପର୍ଯ୍ୟାୟ-ଫେବୃଆରୀ ୨୩

ପ ମ ପର୍ଯ୍ୟାୟ-ଫେବୃଆରୀ ୨୭

ଷଷ୍ଠ ପର୍ଯ୍ୟାୟ-ମାର୍ଚ୍ଚ ୩

ସପ୍ତମ ପର୍ଯ୍ୟାୟ- ମାର୍ଚ୍ଚ ୭

ଭୋଟ ଗଣତି- ମାର୍ଚ୍ଚ ୧୦

ମଣିପୁର

ପ୍ରଥମ ପର୍ଯ୍ୟାୟ-ଫେବୃଆରୀ ୨୭

ଦ୍ୱିତୀୟ ପର୍ଯ୍ୟାୟ-ମାର୍ଚ୍ଚ ୩

ଭୋଟ ଗଣତି- ମାର୍ଚ୍ଚ ୧୦

ପଞ୍ଜାବ,ଗୋଆ,ଉତ୍ତରାଖଣ୍ଡ

ପ୍ରଥମ ପର୍ଯ୍ୟାୟ-ଫେବୃଆରୀ ୧୪

ଭୋଟ ଗଣତି-ମାର୍ଚ୍ଚ ୧୦

ତେବେ ୫ ରାଜ୍ୟର ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ ଆୟୋଗ କଟକଣା ଲଗାଇଛନ୍ତି । ଜାନୁଆରୀ ୧୫ ଯାଏ ପ୍ରାର୍ଥୀ କୌଣସି ରାଲି କିମ୍ବା ରୋଡ ଶୋ କରିପାରିବେ ନାହିଁ । ପ୍ରଚାର ବେଳେ ଶୋଭାଯାତ୍ରା ଓ ପଦଯାତ୍ରା ଉପରେ କଟକଣା ଲଗାଯାଇଛି । ସେହିପରି ରାତି ୮ରୁ ସକାଳ ୮ଟା ଯାଏ ନିର୍ବାଚନ ପ୍ରଚାର କରିପାରିବେନି ପ୍ରାର୍ଥୀ । ତେବେ କରୋନା ସଂକ୍ରମଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ଭର୍ଚୁଆଲ ଓ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି । ଜାନୁଆରୀ ୧୫ ପରେ ସ୍ଥିତି ଦେଖି ଏହା ଉପରେ ବିଚାର କରାଯିବ ।

Leave A Reply

Your email address will not be published.