ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

୧୧ ଥର ଟିକା ନେଇ ଗିରଫ ହେବେ

0

ଭୁଲ ତରିକାରେ ୧୧ ଥର ଟିକା ନେଇଥିଲେ । ଆଉ ଏବେ ଗିରଫ ହୋଇପାରନ୍ତି ବିହାର ମଧେପୁର ଜିଲ୍ଲାର ୮୪ ବର୍ଷୀୟ ବୃଦ୍ଧ ବ୍ରହ୍ମାଦେବ ମଣ୍ଡଳ । ବ୍ରହ୍ମାଦେବ ମଣ୍ଡଳଙ୍କ ବିରୋଧରେ ପୁରେନୀ ଥାନାରେ ମାମଲା ରୁଜୁ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୟ କୃଷ୍ଣ ପ୍ରସାଦଙ୍କ ଅଭିଯୋଗ ପରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି । ଏବେ ତାଙ୍କୁ କୌଣସି ମୁହୃ ର୍ରେ ବି ଗିରଫ କରାଯାଇପାରେ । ବ୍ରହ୍ମାଦେବ ମଣ୍ଡଳଙ୍କ ବିରୋଧରେ ଧାରା ୧୮୮,୪୧୯, ୪୨୦ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି । ଯାହାକି ଜାମିନ ବୀହିନ ଧାରା ଅଟେ । କିନ୍ତୁ ବ୍ରହ୍ମାଦେବ ବୟସ୍କ ହୋଇଥିବା କାରଣରୁ ତାଙ୍କୁ ଜାମିନ ମିଳିଯାଇପାରେ ।

ବ୍ରହ୍ମାଦେବ ଗତ କିଛି ଦିନ ହେବ କରୋନାର ୧୧ ଟିକା ନେଇ ଚର୍ଚ୍ଚାରେ ଅଛନ୍ତି । କେତେବେଳେ ଆଧାର କାର୍ଡ ତ କେତେବେଳେ ଭୋଟର କାର୍ଡ ଦେଖାଇ ବ୍ରହ୍ମାଦେବ ଟିକା ନେଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ବ୍ରହ୍ମାଦେବ କେଉଁ ଟିକାକରଣ କେନ୍ଦ୍ରରୁ କେତେ ଥର ଟିକା ନେଇଛନ୍ତି ତାର ତଥ୍ୟ ରହିଛି ।
୨୦୨୧, ଫେବୃଆରୀ ୧୩ରେ ସେ ପ୍ରଥମ ଡୋଜ ଟିକା ନେଇଥିଲେ । ଏହାପରେ ୨୦୨୧ ଡିସେମ୍ବର ୩୦ ମଧ୍ୟରେ ସେ ୧୧ ଥର ଟିକା ନେଇସାରିଛନ୍ତି । ତେବେ ୧୧ ଟିକା ନେବା ପରେ ବ୍ରହ୍ମାଦେବ ମଣ୍ଡଳ ଦାବି କରିଛନ୍ତି ଯେ, ଟିକା ନେବାରୁ ସେ ତାଙ୍କ ଶରୀରରେ ଥିବା ଗୁରୁତର ରୋଗରୁ ମୁକ୍ତି ପାଇଛନ୍ତି । ବ୍ରହ୍ମାଦେବ ହେଉଛନ୍ତି ଡାକ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ।

Leave A Reply

Your email address will not be published.