ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ରାଜ୍ୟରେ ରେକର୍ଡ ସଂକ୍ରମଣ; ବଢିବ କି କଟକଣା?

0

ଭୁବନେଶ୍ବରṣ: ତୃତୀୟ ଲହରରେ ନିଆଁ ଭଳି ମାଡ଼ି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରଥମ ଓ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଯେପରି ଭାବେ ବୃଦ୍ଧି ପାଉଛି ତାହା ସମସ୍ତଙ୍କ ଆକଳନ ବାହାରେ। ୧୧ ଦିନରେ ରାଜ୍ୟରେ ଚିହ୍ନଟ ହେଲେଣି ୨୭ ହଜାର ୯୩୭ ସଂକ୍ରମିତ।

ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୬୯ ହଜାର ୧୮ ନମୁନା ପରୀକ୍ଷା ହୋଇଥିବା ବେଳେ ୭ ହଜାର ୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି; ସେଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ ହଜାର ୧୨୮ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି ୨ ହଜାର ୯୪୩ ସଂକ୍ରମିତ। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ମଧ୍ୟରେ ୭୦୭ ଜଣ ଅଛନ୍ତି।

ରାଜ୍ୟରେ ସଂକ୍ରମଣ ଉପରମୁହାଁ ଥିବା ବେଳେ ଖୋର୍ଦ୍ଧାରେ ସ୍ଥିତି ଉଦବେଗଜନକ ରହିଛି। କରୋନା ହଟସ୍ପଟ ପାଲଟିଥିବା ଖୋର୍ଦ୍ଧାରେ ସଂକ୍ରମଣ ୨ହଜାର ଟପିଛି। ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ କେବଳ ୨ ହଜାର ୨୨୬ ପଜିଟିଭ ମାମଲା ସାମନାକୁ ଆସିଛି। ସେହିପରି ଖୋର୍ଦ୍ଧା ପଛକୁ ରହିଛି ସୁନ୍ଦରଗଡ। ସୁନ୍ଦରଗଡ଼ରୁ ୧୧୪୭ ମାମଲା ଚିହ୍ନଟ ହୋଇଛି। ସମ୍ବଲପୁରରୁ ୬୦୯, କଟକରୁ ୫୦୫,ଗଞ୍ଜାମରୁ ୧୧୧,ବାଲେଶ୍ୱରରୁ ୧୯୮,ଯାଜପୁରରୁ ୧୩୦,ଝାରସୁଗୁଡାରୁ ୧୪୩, କୋରାପୁଟରୁ ୧୦୭,ମୟୂରଭଞ୍ଜରୁ ୨୨୧,ପୁରୀରୁ ୧୫୬,ସମ୍ବଲପୁରରୁ ୬୦୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ କରୋନାରେ ଜଣକର ମୃତ୍ୟୁ ହୋଇଛି।

ଓମିକ୍ରନ ଭ୍ୟାରିଆଣ୍ଟ ପାଇଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୭ ହଜାର ଟପିଛି। ମୋଟ ଆକ୍ରାନ୍ତ ସଂଖ୍ୟା
୧୦,୮୨,୭୬୯କୁ ବୃଦ୍ଧି ପାଇଛି। ଏଯାଏଁ ରାଜ୍ୟରେ ସୁସ୍ଥ ହେଲେଣି ୧୦,୪୭,୦୩୧ ଜଣ । ରାଜ୍ୟରେ ଗତ ୭ ତାରିଖରୁ ନାଇଟ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ସ୍କୁଲ,କଲେଜ ବନ୍ଦ ରଖାଯାଇଛି। କଟକଣା ମଧ୍ୟ କଡ଼ାକଡ଼ି କରାଯାଇଛି। କିନ୍ତୁ ଏହା ସତ୍ୱେ ବି ସ୍ଥିତି ନିୟନ୍ତ୍ରଣ ବାହାରେ ହେବାକୁ ଲାଗିଛି। ରାଜ୍ୟରେ ଏଭଳି ସ୍ଥିତିକୁ ଦେଖି କଟକଣା ଆହୁରି ବଢାଯାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.