ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଦେଶରେ ନିଆଁ ଭଳି ମାଡୁଛି ସଂକ୍ରମଣ

0

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଯେଭଳି ଭାବେ ବଢୁଛି ତାହା ସମସ୍ତଙ୍କ ନିଦ ହଜାଇଦେଇଛି। କଟକଣା ପରେ ବି ସଂକ୍ରମଣ ରକେଟ ସ୍ପିଡରେ ମାଡି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ୬.୭ ପ୍ରତିଶତ ବଢିଛି ସଂକ୍ରମଣ। ଦେଶରେ ଏବେ କରୋନା ସଂକ୍ରମଣ ହାର ୧୪.୭୮ ପ୍ରତିଶତକୁ ବୃଦ୍ଧି ପାଇଛି

ଦେଶରେ ଆଜି ଗୁରୁବାରଠୁ ୧୬ ହଜାର ୭୮୫ ନୂଆ ମାମଲା ଅଧିକ ଆସିଛି । ଗତକାଲି ୨ ଲକ୍ଷ ୪୭ ହଜାର ୪୧୭ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଦେଶରେ ଦିନରେ ୩୧୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୫ ହଜାର ୩୫୦ରେ ପହଞ୍ଚିଛି। ୨୪ ଘଣ୍ଟାରେ ଲକ୍ଷେ ୯ ହଜାର ୩୪୫ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୨ ଲକ୍ଷ ୭୨ ହଜାର ୭୩। ସେହିପରି କରୋନାକୁ ନିୟନ୍ତ୍ରଣ କରିବାକୁ ଟିକାକରଣ ଜୋରଦାର କରାଯାଇଛି। ଏଯାଏଁ ୧୫୫ କୋଟି ୩୯ ଲକ୍ଷରୁ ଅଧିକ ଟିକା ନେଇସାରିଲେଣି।

ଦେଶରେ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟ ବଢି ବଢି ଚାଲିଛି। ୫ହଜାର ୭୫୩ରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ସବୁଠାରୁ ଅଧିକ ଓମିକ୍ରନ ସଂକ୍ରମିତମହାରାଷ୍ଟ୍ର ଓ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.