ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଲାଠିମାଡ଼ ପରେ ଢିଙ୍କିଆ ଗାଁ ପୁରୁଷ ଶୂନ୍ୟ

0

ପୁଲିସର ଲାଠିମାଡ଼ ପରେ ପୁରୁଷ ଶୂନ୍ୟ ଢିଙ୍କିଆ ଗାଁ । ଗାଁର ତାଟି କବାଟ ପଡିଥିବା ବେଳେ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ଆନ୍ଦୋଳନର ନେତୃତ୍ୱ ନେଇଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ୫ ଜଣଙ୍କୁ ଗିରଫ କିରିଛି ପୁଲିସ। ସେପଟେ ଗ୍ରାମବାସୀଙ୍କ ଉପରେ ପୁଲିସ ଆକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନକୁ ଘେରିଛି କଂଗ୍ରେସ । କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି କହିଛି, ପାଖାପାଖି ୧୩ ଦିନ ହେଲା ଢିଙ୍କିଆ ଲୋକଙ୍କୁ ପୁଲିସ ଘେରାବନ୍ଦୀ କରି ରଖିଛି । ଜିଲ୍ଲା ପ୍ରଶାସନ ପାନବରଜ ଭାଙ୍ଗିବାରୁ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରାଯାଇଛି । ପୁଲିସର ବର୍ବରଚିତ ଆର୍କମଣର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ ।

ସେପଟେ ଗ୍ରାମବାସୀ ପ୍ରଥମେ ପୁଲିସକୁ ଆକ୍ରମଣ କରିଥିଲେ । ଗ୍ରାମବାସୀଙ୍କୁ ଘଉଡାଇବାକୁ ଯାଇ ପୁଲିସ ମୃଦୁ ଲାଠି ଚାଳନା କରିଥିବା ଏସପି ଅଖିଳେଶ୍ୱର ସିଂହ କହିଛନ୍ତି । ୭୦୦ରୁ ୮୦୦ ଲୋକ ହଠାତ ଆସି ପୁଲିସ ମୁତୟନ ହୋଇଥିବା ସ୍ଥାନରେ ଆକ୍ରମଣ କରିଥିଲେ । ଏହା ପରେ ବାଧ୍ୟ ହୋଇ ପୁଲିସ ଲାଠି ଚାଳନା କରିଥିଲା । ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ଏସପି କହିଛନ୍ତି । ତେବେ ପୁଲିସର ଲାଠିଚାର୍ଜ ପରେ କିଛି ଗ୍ରାମବାସୀ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଜେଏସଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପ୍ରଶାସନ ପାନବରଜ ଭାଙ୍ଗୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଆଜି ଗ୍ରାମବାସୀ ମାନେ ପାନବରଜକୁ ଯିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା ।ଏହା ପରେ ପୁଲିସ ମୁତୟନ ହୋଇଥିବା ସ୍ଥାନକୁ ଶହ ଶହ ଲୋକ ମାଡିଆସିଥିଲେ। ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପୁଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ସ୍ଥାନୀୟ ଅଞ୍ଚଳ ଋଣକ୍ଷେତ୍ର ପାଲଟିଥିଲା । ପୁଲିସ ଗୋଡାଇ ଗୋଡାଇ ଗ୍ରାମବାସୀଙ୍କୁ ପିଟିବା ସହ ଆନ୍ଦୋଳନର ନେତୃତ୍ୱ ନେଉଥିବା ଲୋକଙ୍କୁ ଉଠାଇନେଇଥିଲା ।

Leave A Reply

Your email address will not be published.