ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ମାଡୁଛି ସଂକ୍ରମଣ; ଚିନ୍ତା ବଢାଇଲା ଖୋର୍ଦ୍ଧା

0

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କ୍ରମାଗତ ୩ ଦିନ ଧରି ୧୦ ହଜାର ଉପରେ ଦୈନିକ ସଂକ୍ରମଣ ରହୁଛି।ଜାନୁଆରି ପହିଲାରୁ ଆଜି ଯାଏଁ ମାତ୍ର ୧୫ ଦିନରେ ରାଜ୍ୟରେ ଚିହ୍ନଟ ହେଲେଣି ୬୭ ହଜାର ୯୦୨ ଜଣ ସଂକ୍ରମିତ। ପ୍ରାୟ ଅଧିକାଂଶ ଜିଲ୍ଲାରେ ସଂକ୍ରମିତଙ୍କ ସେଞ୍ଚୁରି ଟପି ସାରିଥିବା ବେଳେ ୪ରୁ ୫ ଜିଲ୍ଲା ଅଧିକ ଚିନ୍ତା ବଢାଇଛି।ସଂକ୍ରମଣ ବଢୁଥିବା ଜିଲ୍ଲା ଗୁଡିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି।

ଗତ ୨୪ଘଣ୍ଟାରେ ୭୪ ହଜାର ୯୩୬ ନମୁନା ପରୀକ୍ଷା ହୋଇଥିବା ବେଳେ ୧୦ ହଜାର ୮୫୬ ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ବଡ଼ କଥା ହେଲା ଶୂନରୁ ୧୮ ବର୍ଷ ମଧ୍ୟରେ ଚିହ୍ନଟ ହୋଇଛନ୍ତି ହଜାରେ ୧୦୨୧ ଜଣ ପଜିଟିଭ। ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଥିବା ଦେଖାଦେଉଛି। ସେହିପରି କରୋନାର ହଟସ୍ପଟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରେ ଏବେ ୪ ହଜାର ମୁହାଁ ସଂକ୍ରମଣ। ଦିନକରେ ୩ ହଜାର ୮୭ ପଜିଟିଭି ମାମଲା ସାମନାକୁ ଆସିଛି କେବଳ ଏହି ଜିଲ୍ଲାରୁ।

ସେହିପରି ସୁନ୍ଦରଗଡରେ ମଧ୍ୟ ଦୁଇ ହଜାର ଛୁଇଁବ ସଂକ୍ରମିତଙ୍କ ସଂଖ୍ୟା। ଏହି ଜିଲ୍ଲାରୁ ଆସିଛି ୧୯୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ତା ପଛକୁ ରହିଛି କଟକ। କଟକରୁ ୯୦୩ ଏବଂ ସମ୍ବଲପୁରରୁ ୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୩୭୬, ବାଲେଶ୍ୱରରୁ ୩୨୬,ବଲାଙ୍ଗୀରରୁ ୨୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୨୨ ହଜାର ୭୩୫ରେ ପହଞ୍ଛିଛି। ସକିୟ ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାର ଟପି ୬୧ ହଜାର ୮୦୯କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜଗତସିଂହପୁର ଓ ପୁରୀ ଜିଲ୍ଲାର। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୭୮ରେ ପହଞ୍ଚିଛି। କଟକଣା ଲାଗୁ ସତ୍ୱେ ମଧ୍ୟ ସଂକ୍ରମଣ କମିବାର ନାଁ ନେଉନି। ଦିନକୁ ଦିନ ଏହା ବଢିବାରେ ଲାଗିଛି। ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏଇ ମାସ ଶେଷ ବେଳକୁ କିମ୍ବା ଫେବୃଆରି ପ୍ରଥମ ସପ୍ତାହରେ ସଂକ୍ରମଣ ଶୀର୍ଷକୁ ଛୁଇଁପାରେ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି।

Leave A Reply

Your email address will not be published.