ପ୍ରମୁଖ ଖବର

ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା; ୫୮ ଲକ୍ଷ ଲୋକଙ୍କୁ ନୋଟିସ୍
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କୁଆରମୁଣ୍ଡ ଆର୍‌ଆଇ
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂଲିଶ ବନାନ ବାଧ୍ୟତାମୂଳକ, ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ବର୍ଷା ସହ ବଢ଼ୁଛି ଡେଙ୍ଗୁ ଚିନ୍ତା: ରାଜ୍ୟରେ ୨୬୦ ଆକ୍ରାନ୍ତ
ସେପ୍ଟେମ୍ବର ୧ରୁ ପଶ୍ଚିମବଙ୍ଗରେ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ
ପ୍ରବଳ ବର୍ଷା ଆଶଙ୍କା: ଅମରନାଥ, ବୈଷ୍ଣୋଦେବୀ ଓ ଶିବ ଖୋରୀ ଯାତ୍ରା ସାମୟିକ ଭାବେ ସ୍ଥଗିତ
୨୦%ରୁ ଅଧିକ ଇଥାନଲ୍ ମିଶ୍ରଣ ନେଇ ହୋଇନାହିଁ ନିଷ୍ପତ୍ତି : କେନ୍ଦ୍ର ସରକାର
କର୍ଣ୍ଣାଟକର ବେଙ୍ଗାଲୁରୁ ସୁଟକେସ୍‌ ଭିତରେ ମହିଳାଙ୍କ ମୃତଦେହ ଉଦ୍ଧାର

ଯୋଗୀ ଲଢିବେ ଗୋରଖପୁରରୁ..

0

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନା ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ଆଜି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ବିଜେପିର ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଉ ର ପ୍ରଦେଶ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି । ତେବେ ବଡ଼ କଥା ହେଉଛି,ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ପ୍ରତିଦ୍ୱନ୍ଦିତା କରିବେ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା ସିରାଥୁରୁ ନିର୍ବଚାନ ଲଢିବେ । କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ବିଜେପି ପ୍ରାୟ ୧୭୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା କରିଥିଲା । ବିଜେପି ପଥମ ପର୍ଯ୍ୟାୟରେ ୫୮ଟି ସିଟ ମଧ୍ୟରୁ ୫୭ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ସିଟ ମଧ୍ୟରୁ ୪୮ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ- ଗୋରଖପୁର, କେଶବ ପ୍ରସାଦ ମୌଯ୍ୟା- ସିରାଥୁ, ଶ୍ରୀକାନ୍ତ ଶର୍ମା-ମଥୁରା, ପଙ୍କଜ ସିଂ-ନୋଏଡା , ହସ୍ତିନାପୁର-ଦୀନେଶ ଖାଟିକ୍‌, କମଲ ଦ ଶର୍ମା- ମେରଠ, ବିଜୟ ପାଲ-ହାପୁଡ଼, ହରେନ୍ଦ୍ର ଚୌଧୁରୀ-ଗଢ


ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବରୁ ମଥୁରା କିମ୍ବା ଅଯୋଧ୍ୟାରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା । କିନ୍ତୁ ସେ ତାଙ୍କର ଗଡ଼ ଭାବ ପରିଚିତ ଗୋରଖପୁର ଆସନରୁ ହିଁ ନିର୍ବାଚନ ଲଢିବେ । ଗୋରଖପୁର ଲୋକସଭା ଆସନରୁ ଯୋଗୀ ପୂର୍ବରୁ ଏକାଧିକ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଲୋକସଭା ଆସନ ଛାଡିବାକୁ ପଡିଛି । ଦିଲ୍ଲୀରେ ହୋଇଥିବା କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକରେ ଏହା ନିଷ୍ପତ୍ତି ହୋଇଥିଲା ଯେ, କେବଳ ୧୦ ପ୍ରତିଶତ ବିଧାୟକଙ୍କ ଟିକେଟ କଟିବ । ଯୋଗୀ ସରକାରରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଦାରା ସିଂହ ଚୌହ୍ୱାନ, ଧର୍ମ ସିଂ ସାଇନି ଓ ତାଙ୍କ ସମର୍ଥକ ମାନେ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗଦେବା ପରେ ଦଳ ବ୍ୟାକଫୁଟରେ ରହିଛି । ଉ ରପ୍ରଦେଶରେ ୪୦୩ ବିଧାନସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଫେବୃଆରୀ ୧୦ରୁ ମତଦାନ ଆରମ୍ଭ ହେବ । ଫେବୃଆରୀ ୧୦,୧୪,୨୦,୨୩,୨୭ ଏବଂ ମାର୍ଚ୍ଚ ୩ ଓ ୭ରେ ସାତୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣନା ହେବ ।

Leave A Reply

Your email address will not be published.