ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

କନିକା ରାଜପରିବାରରେ ହତ୍ୟାକାଣ୍ଡ..ମା’କୁ ମାରିଲା ପୁଅ..

0

ମାଆକୁ ମାରିଲା ପୁଅ । କନିକା ରାଜପରିବାରରେ ବୀଭତ୍ସ ହତ୍ୟାକାଣ୍ଡ । କଟକ କନିକା ଛକ ସ୍ଥିତ ଶ୍ରୀବିହାର କଲୋନୀରେ ରହୁଥିବା କନିକା ରାଜାଙ୍କ ନାତୁଣୀବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ । ୭୫ ବର୍ଷୀୟା ମାଆଙ୍କୁ ହତ୍ୟା କରିଛି ପୁଅ ଗୋପାଳ ଭଞ୍ଜଦେଓ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ , ଗୋପାଳ ମାନସିକ ଅବସ୍ଥା ଠିକ ନଥିଲା । ଏବଂ ଅଧିକାଂଶ ସମୟରେ ମାଆଙ୍କ ସହ ଝଗଡା କରୁଥିଲା । ଆଜି ବି ସକାଳୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଫଳରେ ଉତ୍ୟକ୍ତ ହୋଇ ଗୋପାଳ ମଆଙ୍କୁ ହାଣି ହତ୍ୟା କରିଥିଲା ।

ତେବେ ପ୍ରାଥମିକ ତଦନ୍ତରୁ ପାରିବାରିକ ଝଗଡାରୁ ହତ୍ୟା ହୋଇଥିବା କଟକ ଡିସିପି ପ୍ରତୀକ ସିଂ କହିଛନ୍ତି । ପରେଶ କୁମାରୀଙ୍କ ଝିଅ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ଆସି ପହଁଞ୍ଚିଛି। ମାଆକୁ ହତ୍ୟାକରି ଗୋପଳ ଫେରାର ହୋଇଯାଉଥିବା ବେଳେ ତାକୁ କାବୁ କରିଛି ପୁଲିସ । ପୁଲିସ ଅଟକ ରଖି ହତ୍ୟାକାରୀ ପୁଅକୁ ପଚରାଉଚରା କରୁଥିବା ବେଳେ ମୃତଦେହକୁ ଜବତ ରଖି ଶବ ବ୍ୟବଚ୍ଛେଦ ପାଇଁ କଟକ ଏସସିବିକୁ ପଠାଯାଇଛି ।

Leave A Reply

Your email address will not be published.