ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ତଳକୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ

0

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲା। ତଳ କୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଲେ ହାଇକୋର୍ଟ। ପ୍ରତିମାସ ୧୦ ତାରିଖ ସୁଦ୍ଧା ଭରଣ ପୋଷଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଳକୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସୁମିତ୍। ଆଜି ଏହି ମାମଲାର ପ୍ରାରମ୍ଭିକ ରାୟ ପ୍ରକାଶ ପାଇଛି। ଆସନ୍ତା ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ତପସ୍ୱିନୀଙ୍କୁ ପ୍ରତି ମାସକୁ ୧୭ ହଜାର ଟଙ୍କା ଦେବାକୁ ଓ ଶାଶୂ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଗଞ୍ଜାମ ଜିଲ୍ଳା ଓ ଦୌରା ଜଜ୍। କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସୁମିତ। ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। ୨୦୨୦ ମସିହାରେ ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ତପସ୍ୱିନୀ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସୁମିତଙ୍କ ଘରେ ତପସ୍ୱିନୀ ୬ ମାସ ଧରି ବୋହୂ ଭାବେ ରହିଥିଲେ। କିନ୍ତୁ ପରେ ବୈଦିକ ରୀତିନୀତିରେ ବିବାହ କରିବାର ପ୍ରତିଶ୍ରୁତି ନେଇ ଶ୍ୱଶୁର ଘର ଲୋକେ ତାଙ୍କ ବାପଘରକୁ ପଠାଇଦେଇଥିଲେ। ଏହା ପରେ ବିବାହ ପାଇଁ ବାରମ୍ବାର ତାରିଖ ଦେଇ ବାହାଘର ନ କରିବାରୁତପସ୍ୱିନୀ ଆସି ସୁମିତଙ୍କ ଘର ଆଗରେ ଧାରଣା ଦେଇଥିଲେ। ଏହା ପରେ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା।

ଏହା ପରେ ମାମଲା ଯାଇ କୋର୍ଟରେ ପହଞ୍ଚିଥିଲା। ଏସଡିଜେଏମ କୋର୍ଟ ମାମଲାର ବିଚାର କରି ଉଭୟଙ୍କୁ ଏକାଠି ବାହାରେ ୭ ଦିନ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହା ପରେ ବିବାଦ ତୁଟିନଥିଲା। ସୁମିତ , ତପସ୍ୱିନୀଙ୍କୁ ଛାଡି ଦେହ ଖରାପର ବାହାନା ଦେଖାଇ କୁଆଡେ ପଳାଇଥିଲେ। ଏହା ପରେ ମାମଲା ଜିଲ୍ଳା ଦୌରା ଜଜଙ୍କୁ କୋର୍ଟକୁ ଯାଇଥିଲା। ମାମଲାକୁ ବିଚାର କରି କୋର୍ଟ ତପସ୍ୱିନୀକୁ ଭରଣପୋଷଣ ବାବଦକୁ ୧୭ ହଜାର ଦେବା ଘରେ ରଖିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.