ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଶ୍ରୀନଗରରେ ୨ ଆତଙ୍କବାଦୀ ନିପାତ

0

ଚାଲିଛି ଆତଙ୍କବାଦୀ ସଫା ଅଭିଯାନ । ଜମ୍ମୁ-କାଶ୍ମୀର ଶ୍ରୀନଗରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । କାଶ୍ମୀର ଜୋନ ପୁଲିସ ଅନୁସାରେ, ଏନକାଉଣ୍ଟର କାଶ୍କୀରର ଜକୁରା ଅଞ୍ଚଳରେ ହୋଇଛି । କାଶ୍ମୀର ଆଇଜିପିଙ୍କ ଅନୁସାରେ, ନିପାତ ଆତଙ୍କୀ ଲସ୍କର-ଏ-ତୋଇବା ଓ କାଶ୍ମୀରର ଆତଙ୍କୀ ସଂଗଠନ ଟିଆରଏଫ ସଦସ୍ୟ ଥିଲେ ।

ତାଙ୍କ ପାଖରୁ ପୁଲିସ ଦୁଇ ପିସ୍ତଲ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ନିପାତ ଆତଙ୍କୀଙ୍କ ମଧ୍ୟରୁ ଜଣେ ଇଖଲାକ ହାଜମ ବି ସାମିଲ ଅଛି । ସେ କିଛି ଦିନ ପୂର୍ବରୁ ଅନନ୍ତନାଗରେ ହୋଇଥିବା ହେଡ କନେଷ୍ଟବଳ ଅଲ୍ଲି ମହମ୍ମଦ ହତ୍ୟାରେ ସମ୍ପୃକ୍ତ ଥିଲା । ଗତ ଶନିବାରରେ ଆତଙ୍କବାଦୀ ଅନନ୍ତନାଗ ବେଜବେହେରାରେ ହେଡ କନେଷ୍ଟବଳ ଅଲ୍ଲି ମହମ୍ମଦଙ୍କୁ ତାଙ୍କ ଘର ପାଖେ କୁଳି କରି ହତ୍ୟା କରିଥିଲେ ।

ଏହା ପୂର୍ବରୁ ଜାନୁଆରୀ ୩୦ରେ ସୁରକ୍ଷାକର୍ମୀ ବଡ଼ଗାମ ଓ ପୁଲୱାମା ଜିଲ୍ଲାରେ ହୋଇଥିବା ଗୁଳିମାଡ଼ରେ ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦର ୫ ଆତଙ୍କୀଙ୍କୁ ମାରିଥିଲେ । ନିପାତ ହୋଇଥିବା ଆତଙ୍କୀ ମଧ୍ୟରେ ଜୈସ କମାଣ୍ଡର ଜାହିଦ ୱାନି ଏବଂ ଜଣେ ପାକିସ୍ତାନୀ ଆତଙ୍କୀ ବି ଥିଲେ । ସେନା ପକ୍ଷରୁ ଜାନୁଆରୀ ୯ରେ କିଛି ତଥ୍ୟ ଜାରି କରାଯାଇଥିଲା । କୁହାଯାଇଥିଲା କି ଗତ ବର୍ଷ ୧୭୧ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି । ଏହି
ତାଲିକାରେ ୧୯ଆତଙ୍କବାଦୀ ପାକିସ୍ତାନର ଥିଲେ । ଏବଂ ୧୫୧ ଜଣ ସ୍ଥାନୀୟ ଆତଙ୍କୀ ଥିଲେ ।

Leave A Reply

Your email address will not be published.