ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

କେମିତି ଅଛନ୍ତି ସୁନୀଲ ଗ୍ରୋଭର?

0

ନୂଆଦିଲ୍ଲୀ: ହାର୍ଟ ସର୍ଜରf ପରେ କମେଡିଆନ ସୁନୀଲ ଗ୍ରୋଭରଙ୍କ ଫ୍ୟାନ୍ସଙ୍କ ପାଇଁ ଭଲ ଖବର। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସୁନୀଲ ଫ୍ୟାନ୍ସଙ୍କ ପାଇଁ ପ୍ରଥମ ପୋଷ୍ଟ କରିଛନ୍ତି। ପୂର୍ବ ଅପେକ୍ଷା ଏବେ ସେ ଭଲ ଥିବା କଥା ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି। ଟୁଇଟ କରି ସେ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲମ୍ବା ସମୟ ପରେ ସୁନୀଲ ଗ୍ରୋଭରଙ୍କ ପୋଷ୍ଟ ଦେଖି ଫ୍ୟାନ୍ସ ମାନେ ଖୁସି ହୋଇଯାଇଛନ୍ତି। ଏହା ସେ ଏକ ହାର୍ଟ ଇମୋଜି ପୋଷ୍ଟ କରି ଜଣାଇଛନ୍ତି।

ସୁନୀଲ ଗ୍ରୋଭର ହେଉଛନ୍ତି ମନୋରଞ୍ଜନ ଦୁନିଆର ଜାନ୍। ସୁନୀଲଙ୍କ ହାର୍ଟ ସର୍ଜରି ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ କଲା ଭଳି ଖବର ଥିଲା। କିନ୍ତୁ ଏବେ ଚିନ୍ତାର କୌଣସି ବିଷୟ ନାହିଁ। ନିଜ ଅନ୍ଦାଜରେ ଆଉ କଥାରେ ସମସ୍ତଙ୍କ ମୁହଁରେ ହସ ଆଣୁଥିବା ସୁନୀଲ ଗ୍ରୋଭର ଏବେ ସୁସ୍ଥ ଅଛନ୍ତି। ଏବଂ ଏହା ସେ ନିଜେ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ସୁନୀଲ ଜାନୁଆରି ୮ରେ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟକୁ ଚେକଅପ ପାଇଁ ଯାଇଥିଲେ। ସେଠାରେ ଆଞ୍ଜିଓଗ୍ରାମ କଲା ପରେ ଜଣାପଡିଥିଲା ଯେ, ତାଙ୍କ ହାର୍ଟରେ ବ୍ଲକେଜ ଅଛି। ଏହା ପରେ ତାଙ୍କର ୪ଟି ବାଇପାସ ସର୍ଜରି ହୋଇଥିଲା। ସର୍ଜରିର ୭ ଦିନ ପରେ ସୁନୀଲ ଗ୍ରୋଭର ଫେବୃଆରି ୩ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।

Leave A Reply

Your email address will not be published.