ଥରିଲା ଉତ୍ତରାଖଣ୍ଡ । ଶନିବାର ସକାଳୁ ଉ ରାଖଣ୍ଡରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେ ର ଫଓ ସିସମୋଲୋଜି ଅନୁଯାୟୀ, ଉ ରାଖଣ୍ଡର ଉତ୍ତରକାଶୀରେ ରିକ୍ଟର ସ୍ଲେଲରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଉତ୍ତରକାଶୀର ୩୯ କିଲୋମିଟର ପୂର୍ବରେ ଥିବା ତେହେରୀ ଗରୱାଲ ଅଞ୍ଚଳରେ ସକାଳ ୫.୦୩ ସମୟରେ ହୋଇଛି । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଭୂକମ୍ପର ଝଟକା ସମସ୍ତେ ଅନୁଭୂବ କରିଥିଲେ । ଲୋକ ମାନେ ବାହାରକୁ ଦୌଡି ପଳାଇଆସିଥିଲେ । ଘରର ଆସବାବପତ୍ର ଦୋହଲିବାକୁ ଲାଗିଥିଲା । କିଛି ଜାଗାରେ ଘରର ଛାତ ଓ କାଚ ଖସିଯିବାର ଦେଖିବାକୁ ମିଳିଛି । ଗତ ସପ୍ତାହରେ ଆଫଗାନିସ୍ତାନ -ତାଜକିସ୍ତାନ ସୀମା କ୍ଷେତ୍ରରେ ୫.୭ ତୀବ୍ରତାର ଭୂକମ୍ପ ଆସିବା ପରେ ଜମ୍ମୁ-କାଶ୍ମୀର ଓ ଅନ୍ୟ ଅଞ୍ଚଳରେ ଝଟକା ଅନୁଭୂତ ହୋଇଥିଲା । ସେହିଦିନ ମଧ୍ୟ ଉତ୍ତରାଖଣ୍ଡରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।
ପ୍ରମୁଖ ଖବର
ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ