ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଭୋଟ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ଗାଁ ଛାଡିବାକୁ ନିର୍ଦ୍ଦେଶ

0

ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ । ନିର୍ବାଚନ ପ୍ରସ୍ତୁତି ନେଇ ଆଜି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ବୈଠକ କରିଛନ୍ତି । ବୈଠକରେ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା ହୋଇଛି । ନିର୍ବାଚନ କମିସନ କହିଛନ୍ତି, ପ୍ରଚାର ସରିବା ପରେ ରାଜନୈତିକ ଦଳର ବ୍ୟକ୍ତି କିମ୍ବା ଅନ୍ୟ ଅଞ୍ଚଳର ଲୋକ ସମ୍ପୃକ୍ତ ପଞ୍ଚାୟତ କିମ୍ବା ଜିଲ୍ଲା ପରିଷଦ ଜୋନରେ ରହିବେ ନାହିଁ । ପ୍ରଚାର ସରିବା ପରେ ପରେ ଅଞ୍ଚଳ ଛାଡିବେ ବାହାର ଲୋକ ଓ ନେତା । ୧୪ ତାରିଖ ସନ୍ଧ୍ୟା ୬ ସୁଦ୍ଧା ଅଞ୍ଚଳ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ଲାଉଡ ସ୍ୱିକର ବନ୍ଦ କରାଯିବ । ଏବଂ ସେହି ଅଞ୍ଚଳକୁ ଖାଲି କରାଯିବ ।

୧୬ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୩୦ ଜିଲ୍ଲାର ୭୧ ବ୍ଲକ, ୨୦୨ ଜିଲ୍ଲା ପରିଷଦ, ୧୬୬୯ ପଂଚାୟତ ଓ ୨୨ ହଜାର ୩୭୯ ୱାର୍ଡ ପାଇଁ ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ୬୭.୫୧ ଲକ୍ଷ ଭୋଟର ମତଦାନ କରିବେ । ପୁଲିଂ ଅଧିକାରୀମାନେ ୧୪ ଓ ୧୫ ତାରିଖରେ ମତଦାନ କେନ୍ଦ୍ରରେ ପହଞ୍ଚିବେ। ଷ୍ଟ୍ରଙ୍ଗରୁମରେ ସିସିଟିଭି ଲଗାଯିବ । ସମ୍ବେଦନଶୀଳ ବୁଥ ମାନଙ୍କରେ ଅଧିକ ପୁଲିସ ମୁତୟନ ହେବେ । ସବୁ ବୁଥରେ ଅଧିକ ପୁଲିସ ରହିବେ ଓ ଭିଡିଓଗ୍ରାଫି କରାଯିବ ।

Leave A Reply

Your email address will not be published.