ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଭୋଟ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ଗାଁ ଛାଡିବାକୁ ନିର୍ଦ୍ଦେଶ

0

ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ । ନିର୍ବାଚନ ପ୍ରସ୍ତୁତି ନେଇ ଆଜି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ବୈଠକ କରିଛନ୍ତି । ବୈଠକରେ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା ହୋଇଛି । ନିର୍ବାଚନ କମିସନ କହିଛନ୍ତି, ପ୍ରଚାର ସରିବା ପରେ ରାଜନୈତିକ ଦଳର ବ୍ୟକ୍ତି କିମ୍ବା ଅନ୍ୟ ଅଞ୍ଚଳର ଲୋକ ସମ୍ପୃକ୍ତ ପଞ୍ଚାୟତ କିମ୍ବା ଜିଲ୍ଲା ପରିଷଦ ଜୋନରେ ରହିବେ ନାହିଁ । ପ୍ରଚାର ସରିବା ପରେ ପରେ ଅଞ୍ଚଳ ଛାଡିବେ ବାହାର ଲୋକ ଓ ନେତା । ୧୪ ତାରିଖ ସନ୍ଧ୍ୟା ୬ ସୁଦ୍ଧା ଅଞ୍ଚଳ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ଲାଉଡ ସ୍ୱିକର ବନ୍ଦ କରାଯିବ । ଏବଂ ସେହି ଅଞ୍ଚଳକୁ ଖାଲି କରାଯିବ ।

୧୬ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୩୦ ଜିଲ୍ଲାର ୭୧ ବ୍ଲକ, ୨୦୨ ଜିଲ୍ଲା ପରିଷଦ, ୧୬୬୯ ପଂଚାୟତ ଓ ୨୨ ହଜାର ୩୭୯ ୱାର୍ଡ ପାଇଁ ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ୬୭.୫୧ ଲକ୍ଷ ଭୋଟର ମତଦାନ କରିବେ । ପୁଲିଂ ଅଧିକାରୀମାନେ ୧୪ ଓ ୧୫ ତାରିଖରେ ମତଦାନ କେନ୍ଦ୍ରରେ ପହଞ୍ଚିବେ। ଷ୍ଟ୍ରଙ୍ଗରୁମରେ ସିସିଟିଭି ଲଗାଯିବ । ସମ୍ବେଦନଶୀଳ ବୁଥ ମାନଙ୍କରେ ଅଧିକ ପୁଲିସ ମୁତୟନ ହେବେ । ସବୁ ବୁଥରେ ଅଧିକ ପୁଲିସ ରହିବେ ଓ ଭିଡିଓଗ୍ରାଫି କରାଯିବ ।

Leave A Reply

Your email address will not be published.