ଦେଶରେ କରୋନା ସଂକ୍ରମଣ ଲଗାତର ଭାବେ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟା ରେ ଦେଶରେ ୩୪ ହଜାର ୧୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କ୍ରମାଗତ ୪୦ ଦିନ ପରେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି । ଜାନୁଆରି ୪ରେ ଦେଶରେ ଦୈନିକ ସଂକ୍ରମଣ ୩୭ ହଜାର ଥିଲା । ୨୪ ଘଣ୍ଟା ରେ ୩୪ ହଜାର ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୬ ଜଣ କରୋନାରେ ଆଖି ବୁଜିଛନ୍ତି । ଆଜି ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୨୬,୩୧,୪୨୧ରେ ପହଞ୍ଚିଛି । ମୋଟ ମୃତ୍ୟୁସଂଖ୍ୟା ୫,୦୯, ୦୧୧କୁ ବୃଦ୍ଧି ପାଇଛି । ଦେଶରେ ଏବେ ସକ୍ରି ସଂକ୍ରମିତଙ୍କ ସଂଖ୍ୟା ରହିଛି ୪,୭୮,୮୮୨ ।
ସେହିପରି ରାଜ୍ୟରେ ମଧ୍ୟ ସଂକ୍ରମଣ ତଳମୁହାଁ ରହିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳକୁ ଖସିଛି । ଦିନକରେ ୮୫୯ ନୂଆ ମାମଲା ଆସିଛି । ୫୦୩ ଜଣ ସଙ୍ଗରୋଧରୁ ଥିବା ବେଳେ ୩୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି । ୧୮ ବର୍ଷରୁ କମ ୧୭୨ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ଜଣ ଥିବା ବେଳେ ଅନୁଗୁଳରୁ ୪୫ ଜଣ, ବାଲେଶ୍ୱରରୁ ୨୧, ବରଗଡରୁ ୨୧, ଭଦ୍ରକରେ ୧୨ , କେନ୍ଦ୍ରାପଡାରୁ ୨୫, ପୁରୀରୁ ୧୬, ସମ୍ବଲପୁରରୁ ୩୫, କୋରାପୁଟରୁ ୭୧ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୧୨,୭୮,୧୨୧କୁ ବୃଦ୍ଧି ପାଇଛି ।
ପ୍ରମୁଖ ଖବର
ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍ ୩.୦’
ଟ୍ରକ୍ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ