ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ପ୍ରେମ ଦିବସରେ ବନ୍ଧା ହେଲେ ରସିକିଆ ଡାକ୍ତର

0

ଭ୍ୟାଲେଣ୍ଟାଇନ ଡେରେ ବନ୍ଧା ହେଲେ ରସିକିଆ ଡାକ୍ତର । ରାଜଧାନୀ ଭୁବନେଶ୍ୱରରୁ ମହିଳା ଥାନା ପୁଲିସ ଏହି ରସିକିଆ ଡାକ୍ତରଙ୍କୁ ଗିରଫ କରିଛି । ପ୍ରାୟ୍ର ୭ ରାଜ୍ୟରେ ୧୪ ଜଣ ଯୁବତୀଙ୍କୁ ବିବାହ କରି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ପ୍ରଥମେ ବିବାହ ଓ ପରେ ଯୁବତୀଙ୍କଠୁ ଟଙ୍କା ହଡ଼ପ କରୁଥିଲେ ରମେଶ ସ୍ୱାଇଁ । ନିଜକୁ ହୋମିଓପାଥି ଡାକ୍ତରର ପରିଚୟ ଦେଇ ବିବାହ ଯୋଗାଡ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ସେ ଯୁବତୀଙ୍କୁ ଟାର୍ଗେଟ କରୁଥିଲେ । ଏହା ପରେ ସେମାନଙ୍କୁ ଲକ୍ଷାଧିକ ଟଙ୍କା ଠକି ନେଉଥିଲେ ।

ଦୀର୍ଘ ୨୦ ବର୍ଷ ହେବ ଏଭଳି ଠକେଇ କରିଆସୁଥିଲେ କେନ୍ଦ୍ରାପଡା ଭଗବାନପୁରର ରମେଶ ସ୍ୱାଇଁ । କିଛି ମହିଳାଙ୍କୁ ଡାକ୍ତର ସହ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ
ବିଭାଗର ଉପନିର୍ଦ୍ଦେଶକ ଭାବେ ମଧ୍ୟ ପରିଚୟ ଦେଇଥିଲେ । ଏତେଟା ବିବାହ କରିଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ମାନେ କେହି କାହା ବିଷୟରେ ଜାଣିନାହାନ୍ତି । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଡାକ୍ତର ଜଣକ ବୟସ ୫୪ ବର୍ଷ । ତାଙ୍କଠୁ ଅନେକ ଏଟିଏମ କାର୍ଡ, ଭିନ୍ନ ଭିନ୍ନ ପରିଚୟ ପତ୍ର, କାର ଓ ବହୁ କାଗଜ ପତ୍ର ଜବତ କରିଛି ପୁଲିସ । ତେବେ ଗିରଫ ଡାକ୍ତର ଜଣକ ପ୍ରକୃତରେ ଅସଲି ନା ନକଲି ସେ ନେଇ ପଚରାଉଚରା ଚାଲିଛି।

Leave A Reply

Your email address will not be published.