ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ପୁଣି ଉଠିଲା ମମିତା ମେହେର ପ୍ରସଙ୍ଗ, କଂଗ୍ରେସ ଟାର୍ଗେଟରେ ଗୃହରାଷ୍ଟ୍ର ମନ୍ତ୍ରୀ

0

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ଉଠିଲା ମମିତା ମେହେର ପ୍ରସଙ୍ଗ । କଂଗ୍ରେସ ମମିତା ମେହେର ପ୍ରସଙ୍ଗ ଉଠାଇ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛି । ମମିତା ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ସାମିଲ ଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ରାୟପୁର ଏୟାରପୋର୍ଟରେ ଦିବ୍ୟଶଙ୍କର ମିଶ୍ର ଥିବା ଏକ ଭିଡିଓ ଜାରି କରିଛି କଂଗ୍ରେସ । ମନ୍ତ୍ରୀ ପୂର୍ବରୁ ରାୟପୁର ଯିବା ନେଇ ମନା କରୁଥିଲେ । ହେଲେ ଅକ୍ଟୋବର ୧୫ରେ ମନ୍ତ୍ରୀ ରାୟପୁର ଯାଇଥିବା ଦଳ ଦାବି କରିଛି ।

ଅକ୍ଟୋବର ୧୫ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାୟପୁର ଯିବା ସହ ଚଣ୍ଡିଗଡ ଯାଇ ୧୮ ତାରିଖରେ ରାୟପୁର ଦେଇ ଓଡିଶା ଫେରିଛନ୍ତି ବୋଲି କହିଛି କଂଗ୍ରେସ । ଏହି ସମୟରେ ମମିତା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସେ ଦେଖାକରିଥିବା କଂଗ୍ରେସ ଦାବି କରିଛି । ଭିଡିଓ ସହିତ ଏ ସମ୍ପର୍କିତ କିଛି କାଗଜପତ୍ର ମଧ୍ୟ ଜାରି କରିଛି ଦଳ । ଏହା ପରେ ୧୯ ତାରିଖରେ ଗୋବିନ୍ଦ ସାହୁ ଗିରଫ ହୋଇଥିଲା । । ଏନେଇ କଂଗ୍ରେସ ୪ଟି ପ୍ରଶ୍ନ କରିଛି । ଅକ୍ଟୋବର ୧୯ରେ ଆଖୁ କିଆରୀରୁ ଗୋବିନ୍ଦ ସାହୁ ଧରାପଡିବା ଘଟଣା ଏକ ସଂଯୋଗ ନା ପ୍ରୟୋଗ ବୋଲି ପ୍ରଶ୍ନ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କଠୁ ଜବାବ ଚାହୁଁଛି କଂଗ୍ରେସ । ଓଡିଶା ପୁଲିସ ନିରପେକ୍ଷ ଭାବେ ଦାବି କରୁ ବୋଲି କଂଗ୍ରେସ ଦାବି କରିଛି ।

ଅକ୍ଟୋବର ୮ରେ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୁଲିସ ଶୁକ୍ରବାର ଦିନ ଚାର୍ଜସିଟ ଦାଖଲ କରିଛି । ଗତ କିଛି ଦିନ ତଳେ ମମିତା ମେହେର ହତ୍ୟାକାଣ୍ଡକୁ ୪ ମାସ ବିତିଯାଇଥିଲେ ମଧ୍ୟ କୌଣସି କାଯ୍ୟାନୁଷ୍ଠାନ ରାଜ୍ୟ ସରକାର ନେଇନଥିବା ଅଭିଯୋଗରେ ବିଜେପି ରାଲି କରିଥିଲା । ରାଜମହଲ ଛକରେ ବିଜେପି କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଥିଲେ ।

Leave A Reply

Your email address will not be published.