ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଆଜିଠୁ ପୌର ନାମାଙ୍କନ

0

ସରିଲା ଗାଁ ଭୋଟ, ଏବେ ସହର ପାଳି । ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଆସନ୍ତା ୭ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ । ରାଜ୍ୟର ୧୦୬ଟି ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ । ଏଥର ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ ପ୍ରାର୍ଥୀଙ୍କୁ ସତ୍ୟପାଠ ଦେବାକୁ ପଡିବ । ତେବେ ସାଢେ ୩ ବର୍ଷ ବିଳମ୍ବରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ହାତରେ କମ ସମୟ ଥିବାରୁ ପ୍ରାର୍ଥୀ ଚୟନରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏଥର ମ୍ୟୁନିସପାଲଟି ,ଚେୟାରମ୍ୟାନ ଓ ମହାନଗର ନିଗମ ମେୟର ପଦ ଲାଗି ସିଧାସଳଖ ନିର୍ବାଚନ ହେବ ।

ଆଜିଠୁ ନାମାଙ୍କନ ଦାଖଲ ପ୍ରକିୟା ଆରମ୍ଭ ହୋଇ ୭ ତାରିଖ ଯାଏଁ ଚାଲିବ । ଏହା ପରେ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ । ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ହେବ । ଏବଂ ମାର୍ଚ୍ଚ ୨୬ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ । ଏପ୍ରିଲ ୭ରେ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହେବ । ଏପ୍ରିଲ ୮ରେ ଡେପୁଟି ମେୟର ନିର୍ବାଚନ ହେବ । ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୧୦୬ଟି ପୌର ପରିଷଦର ୧୭୩୧ ୱାର୍ଡର ୩ ହଜାର ୩୦ଟି ବୁଥରେ ନିର୍ବାଚନ ହେବ । ମୋଟ ୨୭ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ । ସେହିଭଳି ୩ଟି ମହାନଗର ନିଗମରେ ୧୬୮ଟି ୱାର୍ଡରେ ୧୪୦୭ଟି ବୁଥରେ ନିର୍ବାଚନ ହେବ । ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟ ମତଦାନ କରିବେ ।

Leave A Reply

Your email address will not be published.