ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

କଟକ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

0

ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନେଇ ସବୁ ଦଳ ଆରମ୍ଭ କରିଦେଲେଣି ରଣନୀତି । ଏହାରି ମଧ୍ୟରେ ଆଜି କଂଗ୍ରେସ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗିରିବାଳା ବେହେରାଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ ପାଇଁ କଂଗ୍ରେସ ଭବନରେ ଆଜି ଗୁରୁ୍‌ତ୍ୱପୂର୍ଣ୍ଣ ବୈଠକ ବସିଥିଲା । ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହ କଟକ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାଁ ମଧ୍ୟ ଚୂଡାନ୍ତ କରିଛି କଂଗ୍ରେସ । ଖୁବଶୀଘ୍ର ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଗିରିବାଳା ହେଉଛନ୍ତି କଂଗ୍ରେସର ଜଣେ ଟାଣୁଆ କର୍ମୀ । ସେ ଏବେ ପିସିସି ମହିଳା କଂଗ୍ରେସର ଉପସଭାପତି ରହିଛନ୍ତି । ପୂର୍ବର ଥରେ କର୍ପୋରେଟର ଜିତିଥିବା ଗିରିବାଳାଙ୍କ ସାଙ୍ଗଠାନିକ ଦକ୍ଷତା ଥିବାରୁ ତାଙ୍କୁ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ କରାଯାଇଛି ।

ସେପଟେ ପଞ୍ଚାୟତ ଫଳାଫଳର କୌଣସି ପ୍ରଭାବ ପୌର ଉପରେ ପଡିବନି । ଦଳ ନୂଆ ଋଣନୀତି ପ୍ରସ୍ତୁତ କରିଛି ।କଟକରେ ଗୋଟିଏ ନିର୍ବାଚନ ମଣ୍ଡଳୀ କଂଗ୍ରେସ ହାତରେ ଥିବାରୁ କଟକକୁ ଦଖଲକୁ ନେବାକୁ ଆଶାବାଦୀ ଅଛି କଂଗ୍ରେସ । ସହରରେ ଅନେକ ପ୍ରସଙ୍ଗ ରହିଛି । ତାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି ଗିରିବାଳା କହିଛନ୍ତି । ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୭ ତାରିଖ ଯାଏଁ ଚାଲିବ । ଏହା ପରେ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇପାରିବ । ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ହେବ । ଏବଂ ମାର୍ଚ୍ଚ ୨୬ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ । ଏପ୍ରିଲ ୭ରେ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହେବ । ଏପ୍ରିଲ ୮ରେ ଡେପୁଟି ମେୟର ନିର୍ବାଚନ ହେବ ।

Leave A Reply

Your email address will not be published.