ଏଣିକି ଆଉ ରହିବନି କଟକଣା । ଭକ୍ତମାନେ ଘଟଗାଁ ପୀଠରେ ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ । କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ମା’ଙ୍କ ପାଖରେ ଭୋଗଲାଗି ଉପରେ କଟକଣା ଜାରି କରାଯାଇଥିବା ବେଳେ ଏବେ ଏହାକୁ ହଟାଯାଇଛି । ଏବେ କଟକଣା ହଟିବା ପରେ ମା’ଙ୍କ ଦର୍ଶନ ସହିତ ଭୋଗ ଲାଗି କରିପାରିବେ ଶ୍ରଦ୍ଧାଳୁ । ମନ୍ଦିର ପ୍ରବେଶ ପଥରେ ଭୋଗ ଲଗାଇବା ଓ ମା’ଙ୍କ ଦର୍ଶନ ପାଇଁ ୨ଟି ସ୍ୱତନ୍ତ୍ର ଅଲଗା ଧାଡି କରାଯାଇଛି । ସକାଳ ସାଢେ ୬ରୁ ଅପରାହ୍ନ ଗୋଟାଏ ଓ ଅପରାହ୍ନ ୩ଟା ୩୦ରୁ ରାତି ୮ ଟା ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ ସହ ଭୋଗ ଲାଗି ହୋଇପାରିବ । ଏହା ବ୍ୟତୀତ ୧୦ ବର୍ଷରୁ କମ ପିଲା ଓ ବୃଦ୍ଧ ଲୋକଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିଛି । ହେଲେ ଶ୍ରଦ୍ଧାଳୁଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହେଲେ ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ, ମିଠା,ଭୋଗ ଓ ଅନ୍ନପ୍ରସାଦ ବିକ୍ରି ନେଇ ନିଷ୍ପତ୍ତି ପରେ ନିଆଯିବ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ହଟାଇବା ନେଇ ନିର୍ଦ୍ଦେଶ ମିଳିବା ପରେ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡର ବୈଠକ ବସିଥିଲା । ବୈଠକରେ ଭକ୍ତ ମାନେ ମା’ଙ୍କୁ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେ ନେଇ ଆଲୋଚନା ହୋଇଥିଲା ।
ପ୍ରମୁଖ ଖବର
ରାଜନାଥ ସିଂଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ଅବପାତରେ ପରିଣତ ହୋଇପାରେ: ସିଇସି
ସବୁ ଯୋଜନାରୁ ବାଦ୍ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ଘର: ପଞ୍ଚାୟତିରାଜ ମନ୍ତ୍ରୀ
ଉତ୍କଳ ୟୁନିଭର୍ସିଟିର ଭାରପ୍ରାପ୍ତ କୁଳପତି ହେଲେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ
ଭାରତରେ ତିଆରି ହେବ ୫ମ ପିଢ଼ିର ଷ୍ଟେଲଥ ଯୁଦ୍ଧ ବିମାନ
ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ବୃଦ୍ଧି କଲେ ସରକାର