ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଅଧାବାଟରେ ଜଗିଥିଲା ମୃତ୍ୟୁ, ଦୁର୍ଘଟଣାରେ ଆଖିବୁଜିଲେ ବାପ,ଝିଅ

0

ପ୍ରତିଦିନ ପରି ଆଜି ମଧ୍ୟ ସାଙ୍ଗହୋଇ ବାପା, ଝିଅ ଘରୁ ଡ୍ୟୁଟି ପାଇଁ ବାହାରିଥିଲେ । ହେଲେ ଅଧାବାଟରେ ଜଗିଥିଲା ମୃତ୍ୟୁ । କିଏ ଜାଣିଥିଲା ଉଭୟ ବାପା, ଝିଅ ଏକାସାଙ୍ଗେ ଆରପାରିକୁ ଚାଲିଯିବେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୁଳ ଖମରା ଥାନା କଲଣ୍ଡା ପେଟ୍ରୋଲ ପମ୍ପ ନିକଟରେ । ବାପା ସୁନୀଲ କୁମାର ସାହୁ , ଝିଅ ଶିଖାରାଣୀ ସାହୁ । ସୁନୀଲ କୁମାର ସାହୁ କଣିହାଁ ଶିକ୍ଷା ବିଭାଗରେ ଏବିଓ ଥିବା ବେଳେ ଶିଖାରାଣୀ କଣିହାଁ ଅଙ୍ଗନବାଡି କେନ୍ଦ୍ରର
ସୁପରଭାଇଜର ଭାବେ କାମ କରୁଥିଲେ ।

ସବୁଦିନ ପରି ଆଜି ମଧ୍ୟ ଉଭୟ ଖମାର ବାସଭବନରୁ ଡ୍ୟୁଟିକୁ ବାହାରିଥିଲେ । ସୁନୀଲ ନିଜ ଝିଅକୁ ବାଇକରେ ବସାଇ କଣିହାଁ ଅଭିମୁଖେ ନେଇକି ଯାଉଥିଲେ । ହେଲେ ୧୪୯ ନମ୍ବର ଜାତୀୟ ରାଜପଥ କଲଣ୍ଡା ନିକଟରେ ହଠାତ ସାମନା ପଟୁ ଏକ ଟ୍ରକ ମାଡିଆସିଥିଲା । କେହି କିଛି ଭାବିବା ଆଗରୁ ଟ୍ରକଟି ବାଇକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣା ସ୍ଥଳରେ ହିଁ ବାପା ,ଝିଅଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉେ ଜନା ଦେଖାଦେଇଥିଲା । ଟ୍ରକ ଡ୍ରାଇଭରକୁ କାବୁ କରି ମାଡ ମାରିଥିଲେ ସ୍ଥାନୀୟ ଲୋକ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.