ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଅଧାବାଟରେ ଜଗିଥିଲା ମୃତ୍ୟୁ, ଦୁର୍ଘଟଣାରେ ଆଖିବୁଜିଲେ ବାପ,ଝିଅ

0

ପ୍ରତିଦିନ ପରି ଆଜି ମଧ୍ୟ ସାଙ୍ଗହୋଇ ବାପା, ଝିଅ ଘରୁ ଡ୍ୟୁଟି ପାଇଁ ବାହାରିଥିଲେ । ହେଲେ ଅଧାବାଟରେ ଜଗିଥିଲା ମୃତ୍ୟୁ । କିଏ ଜାଣିଥିଲା ଉଭୟ ବାପା, ଝିଅ ଏକାସାଙ୍ଗେ ଆରପାରିକୁ ଚାଲିଯିବେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୁଳ ଖମରା ଥାନା କଲଣ୍ଡା ପେଟ୍ରୋଲ ପମ୍ପ ନିକଟରେ । ବାପା ସୁନୀଲ କୁମାର ସାହୁ , ଝିଅ ଶିଖାରାଣୀ ସାହୁ । ସୁନୀଲ କୁମାର ସାହୁ କଣିହାଁ ଶିକ୍ଷା ବିଭାଗରେ ଏବିଓ ଥିବା ବେଳେ ଶିଖାରାଣୀ କଣିହାଁ ଅଙ୍ଗନବାଡି କେନ୍ଦ୍ରର
ସୁପରଭାଇଜର ଭାବେ କାମ କରୁଥିଲେ ।

ସବୁଦିନ ପରି ଆଜି ମଧ୍ୟ ଉଭୟ ଖମାର ବାସଭବନରୁ ଡ୍ୟୁଟିକୁ ବାହାରିଥିଲେ । ସୁନୀଲ ନିଜ ଝିଅକୁ ବାଇକରେ ବସାଇ କଣିହାଁ ଅଭିମୁଖେ ନେଇକି ଯାଉଥିଲେ । ହେଲେ ୧୪୯ ନମ୍ବର ଜାତୀୟ ରାଜପଥ କଲଣ୍ଡା ନିକଟରେ ହଠାତ ସାମନା ପଟୁ ଏକ ଟ୍ରକ ମାଡିଆସିଥିଲା । କେହି କିଛି ଭାବିବା ଆଗରୁ ଟ୍ରକଟି ବାଇକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣା ସ୍ଥଳରେ ହିଁ ବାପା ,ଝିଅଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉେ ଜନା ଦେଖାଦେଇଥିଲା । ଟ୍ରକ ଡ୍ରାଇଭରକୁ କାବୁ କରି ମାଡ ମାରିଥିଲେ ସ୍ଥାନୀୟ ଲୋକ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.