ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ମାର୍ଚ୍ଚରେ ହୋଇପାରେ ବାତ୍ୟା!

0

ପୁଣି ବାତ୍ୟା ଭୟ । ଖରାର ଦାଉ ଭିତରେ ପୁଣି ଦେଖାଦେଇଛି ବାତ୍ୟା ଆଶଙ୍କା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହି ଲଘୁଚାପ ଘନୀଭୂତ ହୋଇ ଏଇ ମାସରେ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏବଂ ୨୨ ତାରିଖ ବେଳକୁ ଏହା କ୍ରମଶଃ ଘନୀଭୂତ ହୋଇ ଉ ର ବଙ୍ଗୋପସାଗରରେ ପହଞ୍ଚିବ । ଏବଂ ଏହା ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ବିଭିନ୍ନ ପାଣିପାଗ ମଡେଲ ଏହି ସମ୍ଭାବ୍ୟ ଚିତ୍ର ଦେଖାଇଛନ୍ତି । ତେବେ ଏହାର ତୀବ୍ରତା,ଗତିପଥ ଏବଂ ଏହା କେତେ ଘନୀଭୂତ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ତେବେ ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡିଶାରେ ସ୍ପର୍ଶ କରିବ କି ନାହିଁ ଏହା ଆକଳନ କରିବା କଷ୍ଟକର ।

ଲଘୁଚାପ ସୃଷ୍ଟି ହେବା ପରେ ସେତେବେଳର ଜଳବାୟୁ ସ୍ଥିତି ଅନୁଯାୟୀ ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ଜଣାପଡିବ । ଏହା ଭାରତ କି ଓଡିଶା ସ୍ପର୍ଶ କରିବା ଆକଳନ କରିବା କଷ୍ଟକର ଥିବା ବେଳେ ଏହା ପ୍ରଭାବରେ ଉପକୂଳ ଓଡିଶାରେ ପାଗ ବଦଳିବା ସମ୍ଭାବନା ରହିଛି । ତେବେ ଯଦିଓ ଲଘୁଚାପଟି ବାତ୍ୟାର ରୂପ ନିଏ ଓ ଭାରତ ଉପକୂଳ ସ୍ପର୍ଶ କରିବ ତେବେ ଏହା ଗତ ୧୨୧ ବର୍ଷରେ ମାର୍ଚ୍ଚ ମାସର ସପ୍ତମ ବାତ୍ୟା ହେବ । କାରଣ ୧୯୦୧ ମସିହାଠୁ ଚଳିତବର୍ଷ ପର୍ଯ୍ୟନ୍ତ ମାର୍ଚ୍ଚରେ ମାତ୍ର ୬ଟି ବାତ୍ୟା ସୃଷ୍ଟି ହୋଇଛି ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ।

Leave A Reply

Your email address will not be published.